ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

ଭଦ୍ରକ, ୧୯|୦୩:  ଭଦ୍ରକ ଜିଲ୍ଲା ଚରମ୍ପା ବେଲମାଳ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତକ୍ଷତି ହୋଇଛି । ଅଗ୍ନିକାଣ୍ଡରେ ଜଳିଗଲା ୫ଟି ପରିବାରର ୧୦ ବଖରା ଘର । ଳକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ।  ଗ୍ରାମର ଏକ ଘରେ ପରିବାର ଲୋକେ ଶୋଇଥିବା ଅବସ୍ଥାରେ  ଅଗ୍ନିକାଣ୍ଡ ହୋଇଥିଲା ।ନିଆଁ ଲାଗିବା ଦେଖି ପରିବାର ଲୋକ ନିଜ ଜୀବନ ବଞ୍ଚାଇବାକୁ ଯାଇ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ପରେ ନିଆଁକୁ ଆୟତ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା. ।ପରେ ଅଗ୍ନିଶମ ବାହିନୀ ଖବର ପାଇବା ପରେ, ଏହାର ଦୁଇଟି ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଉକ୍ତ ଅଞ୍ଚଳର ଗୌରହରି ବେହେରା, ପ୍ରହ୍ଲାଦ ବେହେରା, ନିର୍ମଳ ବେହେରା, ଦିନେଶ ବେହେରାଙ୍କର ଘର ଦ୍ୱାର ଜଳି ପୋଡି ଛାର ଖାର ହୋଇଯାଇଥିଲା । ଘରେ ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର ସବୁ ଜଳି ପୋଡି ଯାଇଥିଲା । ଅଗ୍ନି ବିପନ୍ନମାନେ  ଦୁର୍ଦ୍ଦୀନରେ ରହିଥିବା ବେଳେ ବର୍ତମାନ ସରକାରୀ ସହାୟତାକୁ ଅନାଇ ରହିଛନ୍ତି. । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି, ତାହା ଅସ୍ପଷ୍ଟ ଥିବା ବେଳେ, ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: