ମଇ ୩୦ରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ମାଲକାନଗିରି,୨୯/୫ (ଶ୍ରୀନିବାସ ପଣ୍ଡା): ଓଡ଼ିଶାର ପ୍ରାୟ ପ୍ରତ୍ୟେକ ବ୍ଲଡ଼ ବ୍ୟାଙ୍କ ରେ ରକ୍ତର ଅଭାବ ସାଧାରଣ ସମସ୍ୟାରେ ପରିଣତ ହେଇଗଲାଣି। ଯାହା ଫଳରେ ଗୁରୁତ୍ତର ରୋଗୀ ଠିକ ସମୟରେ ରକ୍ତ ନମିଳିବା ଯୋଗୁ ମୃତ୍ୟୁ ମୁଖରେ ପଡୁଛନ୍ତି। ଏସବୁର ସମାଧାନ ପାଇଁ କିଛି ସଂଗଠନ ଆଗକୁ ଆସିବା ପରିଲକ୍ଷିତ ହେଉଛି। ଯାହା ଫଳରେ କିଛିଟା ସମାଧାନ ହେଇପାରୁଛି। ଏଥିରେ ମୁଖ୍ୟ ଭୂମିକା ନେଇଛି ବିଜୁ ଯୁବ ବାହିନୀ। ଲଗାତର ଭାବରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ଥାନରେ ରକ୍ତ ସଂଗ୍ରହ କରି ବ୍ଲଡ଼ ବ୍ୟାଙ୍କ କୁ ଦେବା ଦ୍ୱାରା କେତେକାଂଶରେ ସମସ୍ୟା ସମାଧାନ ହେଇପାରିଛି। ସେଇ ପରିପେକ୍ଷିରେ ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା କାଲି ମଇ ୩୦-୦୫-୨୦୨୧ ତାରିଖ (ସମୟ ୦୯.୦୦ ସକାଳ) ସମୟରେ ମାଲକାନଗିରି ପୋୖର ପରିଷଦ ଅନ୍ତର୍ଗତ ଟାଉନ ହଲ୍ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ‘ଓଡିଶା ମୋ ପରିବାର’ ଆନୁକୁଲ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବରିଷ୍ଠ, ମହିଳା, ଯୁବ ଓ ଛାତ୍ର, ପଦାଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଛାତ୍ର ସଂଗଠନ ତରଫରୁ ଆହ୍ୱାନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: