ମତ୍ସ୍ୟଜୀବୀ କଂଗ୍ରେସ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ରିଲିଫ ବଂଟନ

ରାଜନଗର,୬/୬ ; ରାଜନଗର ବ୍ଲକର ବାତ୍ୟା ତଥା ଘୂର୍ଣ୍ଣିଝଡ ପ୍ରଭାବିତ ବିପନ୍ନ ପରିବାରମାନଙ୍କୁ ମତ୍ସ୍ୟଜୀବୀ କଂଗ୍ରେସ ପକ୍ଷରୁ ରିଲିଫ ସହୟତା ପ୍ରଦାନ କରାଯାଇଛି । ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ତଥା ସର୍ବଭାରତୀୟ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀଙ୍କ ନେତୃତ୍ୱରେ ଘୂର୍ଣ୍ଣିଝଡ ପ୍ରଭାବିତ ଏହି ବ୍ଲକ ଡାଙ୍ଗମାଳ ପଚାଂୟତ ବଡଆଡିଆ ଗ୍ରାମରେ ପହଞ୍ଚିଥିଲା । ଏହି କଂଗ୍ରେସ ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନଙ୍କ ସମସ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସେମାନଙ୍କୁ ରିଲିଫ ସହୟତା ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ ଓବିସି ସେଲର ଉପାଧ୍ୟକ୍ଷ ଫକିରଚରଣ ଖଟୁଆ, ଜିଲ୍ଲା ଦଳିତ ସେଲର ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ ଙ୍କ ସହ ସ୍ଥାନୀୟ ବ୍ୟକ୍ତି ରଘୁନାଥ ବେହେରା, କାର୍ତିକ ବେହେରା, ଦୁଃଶାସନ ସ୍ୱାଇଁ, ଗୋପାଳ ସେଠୀ, ରମାକାନ୍ତ ବାରିକ ଓ ରଙ୍କନିଧି ଜେନା ପ୍ରମୁଖ ଯୋଗ ଦେଇ ରିଲିଫ ପ୍ରଦାନରେ ସହାୟତା କରିଥିଲେ । ଏହି ପ୍ରତିନିଧି ଦଳ ବାତ୍ୟା ୟାଶ ଓ ଘୂର୍ଣ୍ଣିଝଡରେ ପ୍ରଭଅବିତ ଲୋକମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହିତ ତୁରନ୍ତ ପକ୍କାଘର ଯୋଗାଇ ଦେବାକୁ ଜିଲ୍ଲା ପଶାସନ ନିକଟରେ ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: