ମଦ୍ୟପ ସ୍ୱାମୀ ହାତରେ ଗଲା ସ୍ତ୍ରୀ ର ଜୀବନ

ମାଲକାନଗିରି,୦୧/୦୨ ( ଶ୍ରୀନିବାସ ପଣ୍ଡା/ଭିକି ବାରିକ): ମାଲକାନଗିରି ଜିଲ୍ଲା ଏମ ଭି ୭୯ ଥାନା ଅନ୍ତର୍ଗତ ଏମ ଭି ୭୨ ଗ୍ରାମର ରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିବା ବେଳେ ସ୍ୱାମୀ ଉତ୍ତେଜିତ ଅବସ୍ଥାରେ ସ୍ତ୍ରୀ ର ହତ୍ୟା କରିଛି। ସୂଚନା ମୁତାବକ ଏମଭି ୭୯ ଥାନା ଅନ୍ତର୍ଗତ ଏମ୍ ଭି ୭୨ ଗ୍ରାମର ବିମଲ ମିସ୍ତ୍ରୀ ଗତକାଲି ସନ୍ଧ୍ୟାରେ ମଦ୍ୟ ପାନ କରି ଘରକୁ ଫେରିଥିଲା। ଏହାପରେ ସ୍ତ୍ରୀ ଦୁଲାଲି ମିସ୍ତ୍ରୀ ଙ୍କୁ ଗାଳିଗୁଲଜ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ସ୍ଵାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଗୋଟିଏ କୋଠରୀ ରେ ହୋଇପଡିଥିଲେ। ତେବେ ମା’ ଝିଅ ଶୋଇପଡ଼ିଥିବା ବେଳେ ବିଳମ୍ବିତ ରାତିରେ ବିମଲ ଏକ ଟାଙ୍ଗିଆ ସାହାଯ୍ୟରେ ସ୍ତ୍ରୀ ଦୁଲାଲୀ ର ବେକରେ ଚୋଟ ମୁଣ୍ଡକୁ ଶରୀରରୁ ଅଲଗା କରି ନିର୍ମମ ଭାବରେ ହତ୍ୟା କରିଥିଲା। ଟାଙ୍ଗିଆ ଚୋଟରେ ଦୁଲାଳୀର ବେକ ଓ କାନ ଅଧା ଛିଣ୍ଡି ଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ଦୁଲାଲୀ ର ମୃତ୍ୟୁ ହୋଇଯାଇଥିଲା।ନିଜ ସ୍ତ୍ରୀକୁ ହତ୍ୟା କରିସାରିବା ପରେ ମଧ୍ୟ ବିମଲ ନିଶାସକ୍ତ ହୋଇ ସେଠାରେ ସକାଳ ପର୍ଯ୍ୟନ୍ତ ଜଗି ରହିଥିଲା। ଏହି ସବୁ ଘଟଣା ନାବାଳିକା ଝିଅଟି ଦେଖି ଭୟଭୀତ ଅବସ୍ଥାରେ ଘର କୋଣରେ ଲୁଚି ରହିଥିବା ବେଳେ ସକାଳେ ପାଖପଡିଶା ଲୋକଙ୍କୁ ଚିତ୍କାର କରି ଡାକିଥିଲା। ଏହାପରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇ ଘଟଣା ବାବଦରେ ଏମ ଭି ୭୯ ପୋଲିସକୁ ଜଣାଇଥିଲେ । ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ବିମଳକୁ ଗିରଫ କରି ଥାନାକୁ ନେଇଯାଇଥିଲା।ଏନେଇ କେଶ ନଂ ୧୦/୨୧ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: