ମଦ କାଉଣ୍ଟର ନିକଟରେ ଗୁଳିମାଡ଼

ମହାକାଳପଡା, ୩୦।୪  :ମହାକାଳପଡା ମଦ ଦୋକାନରେ  ନିକଟରେ ଫୁଟିଲା ୨ ରାଉଣ୍ଡ ଗୁଳି । ଗୁଳିମାଡ଼ରେ ଜଣେ ଆହତ ହୋଇଛନ୍ତି । ଆହତ ଯୁବକ ମାର୍ଶାଘାଇ ଥାନା ଅଧିନ  ନେମ୍ବରା ଗ୍ରାମର ଲକ୍ଷ୍ମଣ ମଲିକ । ୨ ଟି ବାଇକରେ ୫ଜଣ ଯୁବକ ଆସି  ମଦ ଦୋକାନ ନିକଟରେ ନେମ୍ବରା ଗ୍ରାମର ଲକ୍ଷ୍ମଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳି ଲକ୍ଷ୍ମଣଙ୍କ  ଡାହାଣ ଗୋଡ ପାଦରେ ବାଜିଛି । ଗୁରୁତର ଅବସ୍ଥାରେ ଲକ୍ଷ୍ମଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିଥିବା ଜଣାପଡିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: