ମନରେଗାରେ ମହାଦୁର୍ନୀତି ତଦନ୍ତ ପାଇଁ ଧାରଣାରେ ବସିଲେ ବିଜେପି କର୍ମୀ

ଜଗନ୍ନାଥ ପ୍ରସାଦ,୨୯/୧ (ଲକ୍ଷ୍ମୀ ନାରାୟଣ ବେହେରା):ଜଗନ୍ନାଥ ପ୍ରସାଦ ଏହି ବ୍ଲକର କିଛି ପଞ୍ଚାୟତରେ ମନରେଗାଯୋଜନା ବାଟ ହୁଡ଼ିଛି।କେଉଁଠି ଶ୍ରମିକ ବଦଳରେ ମେସିନ କାମ କରୁଥିବା ବେଳେ କେଉଁଠି ନିମ୍ନ ମାନର କାମ କରି ଛଦ୍ମବେଶି କଣ୍ଟ୍ରାକ୍ଟର ମାନେ ଲକ୍ଷ ଲକ୍ଷ ଟଙ୍କା ତଳୁ କରୁଛନ୍ତି।ଏବେ ପୁଣି କାମ ନକରି ମିଥ୍ୟା ବିଲକରି ଦଶ ଲକ୍ଷ୍ ଟଙ୍କା ଖାଇ ଦେଇଥିବାଭଳି ଅଭିଯୋଗ ଆସିଛି ଜଗନ୍ନାଥ ପ୍ରସାଦ ଗ୍ରାମ ପାୟତରରୁ। ତେବେ ଏଭଳି ଅଭିଯୋଗ ଏଠାରେ ନୂଆ ନୁହେଁ।ଆଗରୁ ଏହି ପଞ୍ଚାୟତ ରେ ଆଜ୍ଞା ପ୍ରସାଦ,ଚିକିଲି,ଡ଼ିମିରି ପୋଲି ଗ୍ରାମ ଗୁଡ଼ିକରୁ ଏଭଳି କେତୋଟି ଅଭିଯୋଗ ଆସିଥିଲେବି ଏହାର କୌଣସିତଦନ୍ତକିମ୍ବା କାର୍ଯାନୁଷ୍ଟାନ ହୋଇନାହିଁ।ଏବେ ପୁଣି ଏହି ଯୋଜନାରେ ଦୁଇଟି ଜାଗାରେ କାମ ନକରି ଦଶ ଲକ୍ଷ ଟଙ୍କାର ମିଥ୍ୟା ବିଲ କରାଯାଇ ଖାଇ ଦେଇଛନ୍ତି ଛଦ୍ମ ବେଶି କଣ୍ଟ୍ରାକ୍ଟର ମାନେ।ଅଭିଯୋଗ ପ୍ରକାରେ ପି ଡବ୍ଲ୍ୟୁରୋଡ଼ ଠାରୁ ଜଳେସ୍ଵର ଶିବମନ୍ଦିର ରୋଡ଼ରେ ଗାର୍ଡ ୱାଲ ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଅର୍ଥ ମଞ୍ଜୁରୀ ଆସିଥିଲା।ଏହି କାମଟିକୁ ଆଦୌ ନକରି ଶ୍ରମିକ ଦ୍ୱାରା କାମ ଦେଖାଇ ତିନ ଲକ୍ଷ ଅଠଚାଳିଶିହଜାର ତିନି ଶହ ବାସ୍ତରି ଟଙ୍କା ମିଥ୍ୟା ବିଲ କରାଯାଇଛି।ଏହି ରାସ୍ତାଟି ବୋଡାନଦୀ ହୁଡ଼ାଦେଇ ଯାଇ ଥିବାରୁ ଏଠାରେ କୌଣସି ୱାଲ ନିର୍ମାଣହୋଇନାହିଁ। କେବଳ କାଗଜପତ୍ରରେ ଏହା ଦେଖା ଯାଇଛି।ଅନ୍ୟଏକ କାମ ହେଲା ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରୁ ହରିଜନ ସାହି ରାସ୍ତା ନିର୍ମାଣ ପାଇଁ ଶ୍ରମିକ ମାନେକାମ କରି 1,96,272 ଖର୍ଚ୍ଚ ଦେଖାଇ ଛନ୍ତି।ଆଉ ଏହି ରାସ୍ତାରେ ମାଟି ମୁଠାଏବି ପଡିନଥିବା କିମ୍ବା କୌଣସି ପ୍ରକାର କାମ ହୋଇ ନଥିବା ସ୍ତାନିୟ ଲୋକେ ଅଭିଯୋଗ କରିଛନ୍ତି।ସବୁଠାରୁ କୌତୁହଳ କଥାହେଲା ଶ୍ରମିକ ଭାବରେ ବ୍ଲକର ସହକାରୀ ଜନ୍ତିରି ଙ୍କ ଡ୍ରଇଭର ଓ ତାଙ୍କବୃଦ୍ଧ ପିତା, କିଛି ସେଲୁନ ଦୋକାନ କରିଥିବା ବାପପୁଅ ରାଜ ମିସ୍ତ୍ରୀ,ରାଜ ନେତା ଓ ଭତ୍ତା ପାଉଥିବା ଲୋକଙ୍କୁ ଶ୍ରମିକ ଦର୍ଶାଇ ତାଙ୍କ ଖାତାକୁ ଟଙ୍କା ଛଡା ଯାଉଛି।ଆଉ ଏହି ପ୍ରଥମକାମଟି,17,5,2018ଆରମ୍ଭ କରି କୋରୋନା ସମୟ24,4,2020 ସେସ କରାଯାଇଛି ବୋଲି ଦରସା ଯାଇଛି।ଆଉ ଦୂତିଅ କାମଟି 25,1,2020ରେ ଆରମ୍ଭ ଓ 3,1,2021ରେ ସେସ ବୋଲି ଦର୍ସା ଯାଇଥିବା ଓଏବ ସାଇଡ଼ରୁ ତଥ୍ୟ ମିଳିଛି।ଏହାକୁ ନେଇ ଗ୍ରାମରେ ଆଲୋଚନାଜୋର ଧରିଛି।ଆଉ ଏଥିରେ ସ୍ଥାନୀୟ ସରପଞ୍ଚ ସମ୍ପୁରକ୍ତ ଥିବା କୁହାଯାଉଛି ।ଆଜି ପବିତ୍ରସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟବିଯେପିନେତା ତଥା ଅଵସର ପ୍ରାପ୍ତ ଇଂଜିନିଅର କବିରାଜ ବେହେରା ମହାତ୍ମା ଗାନ୍ଧୀଙ୍କ ଫୋଟଚିତ୍ର ରଖି ବ୍ଲକ ସମୁଖରେ ବ୍ଲକରୁ ଦୁର୍ନୀତି ହଟାଇବା ସହ ଦୁର୍ନୀତି ହୋଇ ଥିବା କାମର ତଦନ୍ତକରି ଉପଯୁକ୍ତ କାର୍ଯାନୁଷ୍ଟାନ ଦାବୀ ନେଇ ଧାରଣାରେ ବସିଥିଲେ।ଏନେଇ ଜଗନ୍ନାଥ ପ୍ରସାଦ ବ୍ଳକରେ ଦୁର୍ନୀତି ମୁକ୍ତ ଓ ସ୍ଵଛଶାସାନ ପାଇଁ ଦାବୀନେଇ ଏକ ଦାବୀପତ୍ର ବିଡିଓ ଅନୁପ ପଣ୍ଡାଙ୍କୁ ଦେଇ ଛଂଦି।ତେବେ ଏହାର ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯାନୁଷ୍ଟାନ ନିଆଯିବ ବୋଲି ବିଡିଓକହିଛନ୍ତି।ତେବେ ବ୍ଲକରୁ ଦୁର୍ନୀତି ନହଟିବା ପର୍ଯ୍ୟନ୍ତତାଙ୍କରଏହି ଧାରନା ବଳବତ୍ତରରହିବ ବୋଲି କବିରାଜ କହିଛନ୍ତି।ଏହି ଧାରନାକୁ ସମର୍ଥନଜଣାଇ ନିତ୍ୟା ନନ୍ଦ ରଥ, ପ୍ରତାପ ପ୍ରଧାନ,ନଣ୍ଡା ସାହୁ, ଭାସ୍କରପାଣି, ବୁଲୁ ମହାନ୍ତି,ଅମୂଲ୍ୟପ୍ରଧାନ,ସରୋଜ ନାୟକ, ସୁରେଶ ପ୍ରଧାନ, ବୁଲୁ ପଟ୍ଟନାୟକ, ସନ୍ତୋଷ ଭୂୟାଁ, ପ୍ରମୁଖ ଉପସ୍ଥିତ ରହି ବ୍ଲକରୁ ଦୁର୍ନୀତି ନହଟିଲେ ଧାରନା କୁ ଜୋରଦାରକରାଯାଯିବ ବୋଲି ସୂଚନାଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: