ଭୁବନେଶ୍ୱର,୨୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନେରଗା ଯୋଜନା ସମ୍ପର୍କରେ ଚିଠି ଲେଖି ନରେଗା ସଫ୍ଟରେ ଡ୍ରଲ୍, ୟୁଟିଲାଇଜେସନ, ରିକୁପମେଣ୍ଟ ବ୍ୟବସ୍ଥା ପାଇଁ ନିବେଦନ କରିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ ର ସଠିକ୍ କାର୍ୟ୍ୟକାରିତା ନିଶ୍ଚିତ କରିବାକୁ ରାଜ୍ୟ ସରକାର ଅନେକ ସକ୍ରିୟ ପଦକ୍ଷେପ ନେଇଛନ୍ତି ଏବଂ ଏହି ଯୋଜନାର ଲାଭ ଧାର୍ଯ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିଛନ୍ତି। ମଜୁରୀର ପ୍ରାୟ ୧୦୦% ଠିକ୍ ସମୟରେ ପ୍ରଦାନ ସୁନିଶ୍ଚିତ କରିବାରେ ଓଡିଶା ରାଜ୍ୟ ଭଲ ପ୍ରଦର୍ଶନ କରିଛି। କରାନା ଆରମ୍ଭ ସମୟରେ ନରେଗା ସ୍କିମ୍ ରେ କେନ୍ଦ୍ରୀୟ ବଜେଟ୍ ଆବଣ୍ଟନ ବୃଦ୍ଧିରେ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନବୀନ ଚିଠିରେ ଲେଖିଛନ୍ତି ଯେ ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାର ଚାହୁଛନ୍ତି ଏବଂ ରାଜ୍ୟ ପାଣ୍ଠି (ଷ୍ଟେଟସ୍ ରିଭଲଭିଂ ଫଣ୍ଡ୍)ରୁ ଏହା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରଖିବାକୁ ଚାହୁଛନ୍ତି।କେନ୍ଦ୍ର ଅନୁଦାନ ବିଳମ୍ବ ହେଲେ ରାଜ୍ୟ ଉକ୍ତ ପାଣ୍ଠିରୁ ଶ୍ରମିକଙ୍କୁ ମଜୁରୀ ଦିଆଯାଏ | ଆଉ ରାଜ୍ୟ ପାଣ୍ଠିକୁ ଅର୍ଥ ଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି | ଯାହାଦ୍ୱାରା ମନରେଗା ଜବକାର୍ଡଧାରୀଙ୍କୁ ଠିକ ସମୟରେ ମଜୁରୀ ମିଳିପାରିବ | ନରେଗା ସଫ୍ଟରେ ଉକ୍ତ ବ୍ୟବସ୍ଥା ରଖିବାକୁ ରାଜ୍ୟ ଆଗରୁ କେନ୍ଦ୍ରକୁ କହିଛି | ତେଣୁ ପ୍ରଧାନମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ନବୀନ ଚିଠିରେ ନିବେଦନ କରିଛନ୍ତି |କେନ୍ଦ୍ର ଅନୁଦାନ ବିଳମ୍ବ ହେଲେ ରାଜ୍ୟ ଉକ୍ତ ପାଣ୍ଠିରୁ ଶ୍ରମିକଙ୍କୁ ମଜୁରୀ ଦିଆଯାଏ | ଆଉ ରାଜ୍ୟ ପାଣ୍ଠିକୁ ଅର୍ଥ ଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି | ଯାହାଦ୍ୱାରା ମନରେଗା ଜବକାର୍ଡଧାରୀଙ୍କୁ ଠିକ ସମୟରେ ମଜୁରୀ ମିଳିପାରିବ | ନରେଗା ସଫ୍ଟରେ ଉକ୍ତ ବ୍ୟବସ୍ଥା ରଖିବାକୁ ରାଜ୍ୟ ଆଗରୁ କେନ୍ଦ୍ରକୁ କହିଛି | ତେଣୁ ପ୍ରଧାନମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ନବୀନ ଚିଠିରେ ନିବେଦନ କରିଛନ୍ତି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |