ମନେ ପଡ଼ିଥିଲା ପିଲା ଦିନର ବାଳିକା ବିଦ୍ୟାଳୟ ସ୍ମୃତି

ଭୁବନେଶ୍ୱର ୧୧।୧୧ : ୟୁନିଟ ୨ ବାଳିକା ବିଦ୍ୟାଳୟରେ ପହଞ୍ଚିଥିଲେ ମହାମହିମ ରାଷ୍ଟ୍ରପତି । ବିଦ୍ୟାଳୟ ପରିସର ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନେ ପଡ଼ିଥିଲା ପିଲା ଦିନର ସ୍ମୃତି । ପ୍ରଥମେ ଛାତ୍ରୀମାନେ ଡ୍ରମ ବଜାଇ ସ୍ଵାଗତ କରିଥିଲେ । ପରେ ବନ୍ଦେ ଉତ୍କଳ ଗାନ କରିଥିଲେ । ନୃତ୍ୟ ପରିବେଷଣ ବି କରିଥିଲେ ।ସେହିପରି କୁନି କୁନି ଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ବାଲୁକାରେ ତିଆରି ନିଜ ପ୍ରତିମୂର୍ତ୍ତିକୁ ବି ଦେଖିଥିଲେ ।

WhatsApp Image 2022 11 11 at 1.21.07 PM 2

କିଛି ଛାତ୍ରୀ ହାତ ଅଂକା ଫୋଟୋ ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ । ଏହି ଅବସରରେ ନିଜ ସାଙ୍ଗମାନଙ୍କୁ ଭେଟିଥିଲେ । ସେମାନଙ୍କୁ ସାମ୍ନାରେ ଦେଖି କ୍ଲାସ ମେଟ୍ ମାନେ ଭାରି ଖୁସି ହୋଇଥିଲେ । ସବୁ ସାଙ୍ଗମାନଙ୍କୁ ରାଷ୍ଟ୍ରପତିଙ୍କ ସହ କଥା ହେବା ବେଳେ ଆପଣ ବୋଲି ସମ୍ବୋଧନ କରି କଥା ହେବା ପାଇଁ କୁହାଯାଇଥିଲା ବେଳେ ନିଜେ ଦ୍ରୌପଦୀ ମୁର୍ମୁ ଓ କ୍ଲାସ ମେଟ୍ ମାନେ ସାଙ୍ଗ ଭଳି କଥା ବାର୍ତ୍ତା ହୋଇଥିଲେ । ଛାତ୍ର ଜୀବନରୁ ସେ ଶାନ୍ତ ସରଳ ସ୍ଵଭାବର ଝିଅ ଥିଲେ ବୋଲି ସେମାନେ କହିଛନ୍ତି ।

WhatsApp Image 2022 11 11 at 1.21.05 PM

ଷ୍ଟେଜ ପ୍ରୋଗ୍ରାମ ପରେ ମହାମହିମ ରାଷ୍ଟ୍ରପତି ଯାଇଥିଲେ କୁନ୍ତଳା କୁମାରୀ ସାବତ ହଷ୍ଟେଲର ତୁଳସୀ ମୁଣ୍ଡା କକ୍ଷକୁ। ସ୍କୁଲ ଆଡ଼ମିଶନ ନେଇଥିବା ବେଳେ ସେ ଯେଉଁ ଦସ୍ତଖତ କରିଥିଲେ ସେହି ପେଜକୁ ରାଷ୍ଟ୍ରପତିଙ୍କୁ ଉପହାର ଦେଇଥିଲେ । ଏହି ସ୍ଥାନରେ ସେ ଭାବ ବିହ୍ୱଳ ହୋଇଯାଇଥିଲେ ।ଶିକ୍ଷାର୍ଥୀ ଭାବେ ତିନି ବର୍ଷ ଧରି ଯେଉଁ ଖଟରେ ଶୋଉଥିଲେ, ସେହି ଖଟ ଉପରେ କିଛି ସମୟ ପାଇଁ ବସିଥିଲେ । ଏ ଖଟଟି ଆଜି ଯାଏ ସାଇତା ହୋଇ ରହିଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ହଷ୍ଟେଲ ୱାଡେନ୍ ଓ ମାଟ୍ରନଙ୍କୁ ପାଖକୁ ଡାକି କଥା ହୋଇଥିଲେ । କିଛି ପୁରୁଣା ଫଟୋକୁ ଦେଖି ଖୁସି ହୋଇଥିଲେ। ଏହାପରେ ହଷ୍ଟେଲ କ୍ୟାମ୍ପସରେ ବଉଳ ଗଛ ଲଗାଇଥିଲେ । ହଷ୍ଟେଲ ବେଳେ ବିତାଇଥିବା ଛାତ୍ରୀ ଜୀବନର ଅନେକ ଅଭୁଲା ସ୍ମୃତିକୁ ରୁଦ୍ଧିମନ୍ତ କରିଥିବା ସ୍କୁଲ ରେଜିଷ୍ଟରରେ ଉଲ୍ଲେଖ କରିଛନ୍ତି । ଭାବବିହ୍ୱଳ ହୋଇଥିବା ଲେଖିଛନ୍ତି ।  ୟୁନିଟ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ ବେଳେ ୫୦ ବର୍ଷ ତଳର ୧୩ ଜଣ ସହପାଠୀଙ୍କୁ ସ୍କୁଲରେ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକାଠି ପଢ଼ୁଥିଲେ, ମିଶିକି ରହୁଥିଲେ ଭୁବନେଶ୍ବରସ୍ଥିତ ୟୁନିଟ-୨ରେ ଥିବା ନିଜ ସ୍କୁଲ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 

WhatsApp Image 2022 11 11 at 1.21.07 PM

 

ସାଉଁଟିଲେ ୫୦ବର୍ଷ ତଳର ପୁରୁଣା ସ୍ମୃତି

 

WhatsApp Image 2022 11 11 at 11.54.46 1

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: