ମନୋଜ ହେଲେ ମାଲକାନଗିରି ମ୍ୟୁନିସପାଲିଟିର ସାଂସଦ ପ୍ରତିନିଧି

ମାଲକାନଗିରି, ୧୭/୬(ଶ୍ରୀନିବାସ ପଣ୍ଡା) :– ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ତଥା ଅଞ୍ଚଳର ବିକାଶ ପାଇଁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସଦା ସର୍ବଦା ଚେଷ୍ଟିତ। ତୃଣମୂଳ ସ୍ଥରରୁ ଦଳକୁ ମଜଭୁତ କରିବା ପାଇଁ, ସମୟ ବାହାର କରି ବାରମ୍ବାର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ, ସାଙ୍ଗଠନିକ ବୈଠକ କରିବା ଦ୍ୱାରା ବିଜେଡି ର ସ୍ଥିତି ମଜଭୁତ ସ୍ଥିତିରେ ପହଞ୍ଚି ପାରିଛି। ସେଥିପାଇଁ ସାଂସଦ ପ୍ରଶାସନକୁ ସାଧାରଣ ଲୋକଙ୍କ ନିକଟତର କରିବା ପାଇଁ ନିଜର ପ୍ରତିନିଧି ଭାବରେ କର୍ତବ୍ୟନିଷ୍ଟ ଦାୟୀତ୍ୱବାନ କର୍ମୀ ମାନଙ୍କୁ ନିଜର ପ୍ରତିନିଧି ଭାବରେ ଚୟନ କରିଛନ୍ତି। ମାଲକାନଗିରି ମ୍ୟୁନିଷପାଲିଟି ସାଙ୍ଗଠନିକ ଦୃଷ୍ଟି କୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଇଥିବାରୁ ସାଂସଦ ଶ୍ରୀ ମାଝୀ ମ୍ୟୁନିଷପାଲିଟିର ପୂର୍ବତନ ଭାଇସ ଚେୟାରମ୍ୟାନ ମନୋଜ କୁମାର ବାରିକଙ୍କୁ ନିଜର ପ୍ରତିନିଧି ଭାବେ ଚୟନ କରିଛନ୍ତି। ଶ୍ରୀ ମନୋଜ ବିଜୁ ଜନତା ଦଳର ଜଣେ ଅଭିଜ୍ଞ ଦାୟୀତ୍ୱବାନ ଏବଂ କର୍ତବ୍ୟନିଷ୍ଟ କର୍ମୀ ଭାବରେ ଦୀର୍ଘଦିନ ଧରି ଜିଲ୍ଲାରେ, ବିଶେଷ କରି ମ୍ୟୁନିଷପାଲିଟିର ପ୍ରତ୍ୟେକ ବସ୍ତିରେ ଦଳକୁ ମଜଭୁତ କରିବା ପାଇଁ ସଦା ସର୍ବଦା ଚେଷ୍ଟା କରିଥାନ୍ତି। ତେଣୁ ସାଂସଦଙ୍କ ଇଛାମତେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମାଲକାନଗିରି ଏସ ଡି ସି ଚେୟାରପର୍ଶନ ମାନସ କୁମାର ମାଡ଼କାମୀ ମ୍ୟୁନିଷପାଲିଟି ଟାଉନ ହଲ ଠାରେ ଦଳର ଅନେକ ନେତୃସ୍ଥାନୀୟ ଏବଂ କର୍ମୀଙ୍କ ଗହଣରେ ସାଂସଦଙ୍କ ଦ୍ୱାରା ପ୍ରଦତ୍ତ ନିଯୁକ୍ତି ପତ୍ର ଶ୍ରୀ ମନୋଜ କୁମାର ବାରିକଙ୍କୁ ପ୍ରଦାନ କରିଥିଲେ। ଶ୍ରୀ ମନୋଜ ଆଗାମୀ ଦିନରେ ଦଳକୁ ତୃଣମୂଳ ସ୍ଥରରୁ ମଜଭୁତ କରିବାକୁ ପ୍ରୟାସ ଜାରି ରଖିବାକୁ ସଂକଳ୍ପବଦ୍ଧ ହେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: