ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୫।୧:ଆଜି ବୋରିଗାଁ ଠାରେ ନୂତନ +୨କଲେଜ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଏକ ରାସ୍ତା ର ଭୂମି ପୂଜନ ଅବସରରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଙ୍କ ଉପସ୍ଥିତି ରେ ବିଜେପି ର ପୂର୍ବତନ ମଣ୍ଡଳ ସଭାପତି ତଥା ବର୍ତ୍ତମାନ ଜିଲ୍ଲା ପଛୁଆବର୍ଗ ସାଧାରଣ ସଂପାଦକ ଦଶମୁ କଲାର ଆଜି ବିଧିବଦ୍ଧ ଭାବେ ନିଜ ସମର୍ଥକ ମାନଙ୍କ ସହିତ ବିଜେଡ଼ି ରେ ଯୋଗଦାନ କରିଛନ୍ତି। ତାଙ୍କ ସହ ଶାମା କଲାର, ଲଛନ୍ ବିନ୍ଧାଣୀ, ମଙ୍ଗଳୁ ଭତରା, ଧବଳୁ ମେହେର, ଶୁକ୍ରୁ ଭତ୍ରା, ସୁକାଳୁ ପୂଜାରୀ ଏବଂ ୩୪ ଜଣ ସମର୍ଥ ମଧ୍ୟ ବୋରିଗାଁ ମଣ୍ଡଳ ରୁ ବିଜେଡି ରେ ଯୋଗଦାନ କରିଛନ୍ତି। ଏହି ଅବସରରେ ଡାବୁଗାଁ ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ବ୍ଲକ ଅଧକ୍ଷ୍ୟା ବିଣାମାଝୀ,ଜିଲ୍ଲା ପରିଷଡ଼ ସଭ୍ୟ ଗୁପ୍ତ ବିଶୟୀ,ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ସାଂସଦ ପ୍ରତିନିଧି ଏମ୍ ଆପାରାଓ ,କୈଳାସ ବିଷୟି,ମଳୟ ବିଶୟୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |