ମୁନିଗୁଡା,୨୮/୫ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳରେ ଡ଼ଙ୍ଗରିଆଙ୍କ ମଧ୍ୟରେ କରୋନା ଗୋଷ୍ଠୀ ସଂକ୍ରମଣ ବଢୁଥିବା ବେଳେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉର୍ଣ୍ଣୟନ,ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ନିୟମଗିରି ଅଞ୍ଚଳ ରେ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ପରିଦର୍ଶନରେ ଆସିଥିଲେ l ଏହି ଅବସରରେ ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତର ସକଟା ଓ ମେରେକାବଣ୍ଡଳୀ ଏବଂ ଶିବପଦର ପଞ୍ଚାୟତର ସେରେକାପାଢ଼ୀ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କରୋନାକୁ ନେଇ ଭୟବିତ୍ତ ହେବାର ନାହିଁ,ଟୀକା କରଣ ବିଷୟରେ ବୁଝେଇଥିଲେ ଏବଂ କୋଭିଡ-19କୁ ନେଇ ସଚେତନତା କରିଥିଲେ l ପରେ ମାସ୍କ,ସାବୁନ,ସାନିଟାଈଜର ବାଣ୍ଟିବା ଥିଲେ l ଏବଂ ନିୟମଗିରି ଅଞ୍ଚଳରେ କୋଭିଡକୁ ନେଇ କାର୍ଯ୍ୟ କରୁଥିବା ସମସ୍ତଙ୍କୁ କରୋନା ସହାୟତା କିଟ ମଧ୍ୟ ବଣ୍ଟନ କରିଥିଲେ l ପରେ ମୁନିଗୁଡା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଦିଲ୍ଲୀପ କୁମାର ବେହେରା,ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓପିଲିପିର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ ଉପସ୍ଥିତ ରହି ନିୟମଗିରୀ ଠାରେ ବସବାସ କରୁଥିବା ଆଦିମ ଡ଼ଙ୍ଗରିଆ ଆଦିବାସୀ ମାନେ ଚାଷ କରି ନିଜର ଜୀବିକା ନିର୍ବାହ କରନ୍ତି ତେବେ ନିୟମଗିରୀରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିଥିବା ଯୋଗୁଁ ସଂକ୍ରମିତଙ୍କ ପରିବାର ଯେପରି ଅସୁବିଧାର ସମ୍ମୁଖୀନ ନ ହୁଏ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଜନଜାତି ବିଭାଗ ତରଫରୁ ସଂକ୍ରମିତଙ୍କ ପରିବାର ପାଇଁ ଏହି ସ୍ୱତନ୍ତ୍ର 14ଦିନିଆ ରାସନ କିଟ ବ୍ୟବସ୍ଥା କରାଯାଇଛି ଏଥି ସହ ସଂକ୍ରମିତ ସମସ୍ତଙ୍କୁ ସଂଗରୋଧ ଗୃହ ରେ ରହିବା ପାଇଁ ଦିନକ 100ଟଙ୍କା ହିସାବରେ 14ଦିନ ପାଇଁ 1400 ସହ ଟଙ୍କା ପାଇଁ ବ୍ୟବସ୍ଥା କରାଯାଇଛି ଯାହା ସଂଗରୋଧର 14ଦିନ ସମାପ୍ତି ରେ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ l ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ବିଜୁ ଜନତା ଦଳ ମୁନିଗୁଡା ବ୍ଲକ ସଭାପତି ରତନଲାଲ ଜୈନ,ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ଼,ବୃନ୍ଦାବନ ପାଢ଼ୀ,ପୂର୍ବତନ ଜିଲ୍ଲା ପରିଷଦ ଉପଦକ୍ଷା ଶକୁନ୍ତଳା ନୁନ୍ଦ୍ରୁକା ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |