ମନ୍ଦିରଗୁଡ଼ିକୁ ଭାଙ୍ଗି ତିଆରି କରାଯାଇଥିବା ମସ୍‌ଜିଦ୍‌ ଗୁଲାମୀର ଚିହ୍ନ-ମହାତ୍ମା ଗାନ୍ଧୀ

ନୂଆଦିଲ୍ଲୀ,୨୮/୫: ଦେଶରେ ବର୍ତ୍ତମାନ ମନ୍ଦିର-ମସ୍‌ଜିଦ୍‌ ତର୍କ ବିତର୍କ ଜାରି ରହିଛି। ଏବେ ସବୁ ଶହେ ବର୍ଷ ପୁରୁଣା ମସ୍‌ଜିଦ୍‌ରେ ସର୍ଭେ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଆଉ ଏହାରି ଭିତରେ ଜାତିର ପିତା ମହାତ୍ମଗାନ୍ଧୀଙ୍କର ବହୁ ପୁରୁଣା ଆଲେଖ୍ୟ ଟିଏ ଏବେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସିଏ ମନ୍ଦିର ଭାଙ୍ଗି ମସ୍‌ଜିଦ୍ ତିଆରି କରିବା ଉପରେ ମୋଗଲଙ୍କୁ ନିନ୍ଦା କରିଛନ୍ତି। ଏଥିରେ ହେଡ୍‌ଲାଇନ୍ ରହିଛି- ମନ୍ଦିରଗୁଡ଼ିକୁ ଭାଙ୍ଗି ତିଆରି କରାଯାଇଥିବା ମସ୍‌ଜିଦ୍‌ ଗୁଲାମୀର ଚିହ୍ନ। ଖବରକାଗଜରେ ପ୍ରକାଶିତ ଏହି ଲେଖାଟି ୨୭ ଜୁଲାଇ ୧୯୩୭ ମସିହାର। ନବଜୀବନ ପତ୍ରିକାରେ ଏହା ପ୍ରକାଶ ପାଇଥିଲା। ଯାହାର ଫଟୋ ଏବେ ଚାରିଆଡ଼େ ଅପଲୋଡ ଓ ଶେୟାର କରାଯାଉଛି। ଶ୍ରୀ ରାମ ଗୋପାଳ ଶରଦଙ୍କ ଚିଠିର ଉତ୍ତର ଦେଇ ବାପୁ ଏହି ଆଲେଖ୍ୟଟି ଲେଖିଥିଲେ। ଯାହାର ଓଡ଼ିଆ ଅନୁବାଦ ହେଲା- “କୌଣସି ବି ଧାର୍ମିକ ଉପାସନ ଗୃହକୁ ବଳପୂର୍ବକ ଅଧିକାର କରିବା ବଡ଼ ଜଘନ୍ୟ ପାପ। ମୁଗଲ ସମୟରେ ଧାର୍ମିକ ଚରମପନ୍ଥିଗୁଣ ଯୋଗୁ ମୁଗଲ ଶାସକମାନେ ଅନେକ ହିନ୍ଦୁ ଉପାସନା ସ୍ଥଳକୁ ଅକ୍ତିଆର କରିଥିଲେ। ସେଗୁଡ଼ିକ ମଧ୍ୟରୁ ଅନେକ ଭଙ୍ଗାଯାଇଛି ଓ ଲୁଟ୍ କରାଯାଇଛି। ଅନେକ ମନ୍ଦିରକୁ ମସ୍‌ଜିଦ୍‌ରେ ପରିଣତ କରାଯାଇଛି। ଯଦିଓ ମନ୍ଦିର ଓ ମସ୍‌ଜିଦ୍‌ ମଧ୍ୟରେ କୌଣସି ତଫାତ ନାହିଁ। ଉଭୟ ପବିତ୍ର ଓ ଭଗବାନଙ୍କ ଉପାସନା ସ୍ଥଳ। କିନ୍ତୁ ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କ ଉପାସନା କରିବା ପ୍ରକ୍ରିୟା କିନ୍ତୁ ଅଲଗା ଅଲଗା।ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ ଧର୍ମିକ ଦୃଷ୍ଟିକୋଣରୁ ବିଚାର କଲେ ଜଣେ ମୁସଲମାନ ଏହା କଦାପୀ ବରଦାସ୍ତ କରିପାରିବ ନାହିଁ ଯେ ଜଣେ ହିନ୍ଦୁ ତାଙ୍କ ମସ୍‌ଜିଦ୍‌ରେ ଲୁଟ୍ କରୁ, ଯେଉଁଠି ସିଏ ଈଶ୍ୱରଙ୍କ ଉପାସନା କରୁଛି। ଠିକ୍ ସେହିପରି ଜଣେ ହିନ୍ଦୁ ମଧ୍ୟ ଏହା ସହ୍ୟ କରିପାରିବ ନାହିଁ ଯେ ଯେଉଁଠି ସେ ରାମ, କୃଷ୍ଣ, ବିଷ୍ଣୁ ଓ ଅନ୍ୟ ଭଗବାନଙ୍କୁ ପୂଜା କରୁଛି ସେହି ମନ୍ଦିରକୁ କେହି ଭାଙ୍ଗି ଦେଉ। ଯେଉଁଠି ଏଭଳି ଘଟଣା ଘଟିଛି, ସେଗୁଡ଼ିକସବୁ ଗୁଲାମୀର ଚିହ୍ନ।ତେଣୁ ଯେଉଁଠି ଏଭଳି ବିବାଦ ଉଠିବ ସେଠି ହିନ୍ଦୁ ଓ ମୁସଲମାନ ଦୁହେଁ ମିଶି ନିଷ୍ପତ୍ତି ନେବା ଦରକାର।ଏହି ଆଲେଖ୍ୟରେ ଗାନ୍ଧୀ ଲେଖିଛନ୍ତି ଯେଉଁସବୁ ମୁସଲମାନଙ୍କ ଉପାସନା ସ୍ଥଳ ହିନ୍ଦୁ ଅକ୍ତିଆରରେ ରହିଛି ହିନ୍ଦୁ ସେଗୁଡ଼ିକୁ ବଡ଼ ଉଦାରତରା ସହ ମୁସଲମାନଙ୍କୁ ଦେବା ଉଚିତ୍। ଠିକ୍ ସେହିଭଳି ମୁସଲମାନ ମଧ୍ୟ ଅକ୍ତିଆରରେ ରଖିଥିବା ହିନ୍ଦୁ ଉପାସନା ସ୍ଥଳକୁ ଖୁସିରେ ସେମାନଙ୍କୁ ଫେରାଇ ଦେବା ଦରକାର। ତେବେ ଯାଇ ପରସ୍ପର ମଧ୍ୟରେ ଥିବା ଭେଦଭାଦ ଦୂର ହେବ ଓ ହିନ୍ଦୁ-ମୁସଲମାନ ମଧ୍ୟରେ ଭାଇଚାରା ବଢ଼ିବ। ଯାହା ଭାରତ ଭଳି ଦେଶ ପାଇଁ ବରଦାନ ପ୍ରମାଣିତ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!