ନବରଙ୍ଗପୁର(ମିହୀର ଶଙ୍କର ପାତ୍ର),୨୯/୦୪ :ଆଜି ଡାବୁଗାଁ ଠାରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ସାମ୍ବାଦିକ ମାନଙ୍କ ନିକଟରେ ମଠ ମନ୍ଦିର ପ୍ରତି ହେଉଥିବା ଆକ୍ରମଣ ଯୋଗୁଁ ଘୋର ଉଦବେଗ ପ୍ରକାଶ କରିଛନ୍ତି। କିଛି ଉପଦ୍ରବକାରୀ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ନିକଟରେ ଥିବା ମାଁ ଡାଲଖାଇ ମନ୍ଦିର କୁ ଭାଙ୍ଗି ଦେଇଛନ୍ତି। ଏ ବିଷୟରେ ଏତଲା ଦେଇଥିବା ସୂଚନା ମିଳୁଛି। ହିନ୍ଦୁ ମହାସଂଘ ପକ୍ଷରୁ ଦାବୀ କରାଯାଇଛି ମନ୍ଦିର ଭାଙ୍ଗିଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଓଡ଼ିଶାରେ ହିନ୍ଦୁ ଦେବାଦେବୀ ମନ୍ଦିର ଗୁଡିକ ଉପରେ ଆକ୍ରମଣ ଦିନକୁ ଦିନ ବୃଦ୍ଧି ଘଟୁଥିବା ଯୋଗୁଁ।ମହାସଂଘ ର ପ୍ରତିଷ୍ଠାତା ତଥା ପ୍ରମୁଖ ଶ୍ରୀ ଜୟନ୍ତ କୁମାର ପାତ୍ର ଘୋର ଉଦବେଗ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |