ମମିତା ମେହେର ଘଟଣା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ବଲାଙ୍ଗିର  ,୨୦।୧୨:  ମମିତା ମେହେର ହତ୍ୟା ମାମଲା ,ଗୋବିନ୍ଦ ସାହୁ ଆତ୍ମହତ୍ୟା |ମମିତା ମେହେର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । କଣ୍ଟାବାଜି ମେଡିକାଲ ତାଙ୍କୁ ମୃତ ଘୋଷଣା କରାଯାଇଛି । ସୂଚନା ମୁତାବକ ତାଙ୍କୁ ଆଜି କୋର୍ଟରେ ହାଜର ହେବାର ଥିଲା । ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଥାଆନ୍ତେ ଗୋବିନ୍ଦ ।ବଲାଙ୍ଗୀର ଜିଲା ଅନ୍ତର୍ଗତ କଣ୍ଟାବାଞ୍ଜି ଜେଲ୍‌ ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜେଲ୍‌ କର୍ତ୍ତୃପକ୍ଷ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ତେବେ କିଭଳି ଜେଲ୍‌ରେ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି। କଳାହାଣ୍ଡି ଜିଲା ମହାଲିଙ୍ଗ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ଗୋବିନ୍ଦ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଥିଲା। ପୋଲିସ ଗୋବିନ୍ଦ ଏବଂ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନଠୁ ଗୋବିନ୍ଦ କଣ୍ଟାବାଞ୍ଜିରେ ଥିଲେ। ଅନ୍ୟପକ୍ଷେ, ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି କୋର୍ଟରେ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିବାରୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବାର ଥିଲା । ହେଲେ କୋର୍ଟରେ ହାଜର ହେବା ପୂର୍ବରୁ ଗୋବିନ୍ଦଙ୍କ ଆତ୍ମହତ୍ୟା କରିବା ଜେଲ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: