ମରାଠୀ ଅଭିନେତ୍ରୀ ଆଶାଲତାଙ୍କ ପରଲୋକ

ସତାରା ୨୨/୯: ଚର୍ଚ୍ଚିତ ମରାଠୀ ଅଭିନେତ୍ରୀ ଆଶାଲତା ବାବଗାଁଓକରଙ୍କ  ସତାରାର ଏକ ହସ୍ପିଟାଲରେ ପରଲୋକ ହୋଇ ଯାଇଛି। ହସ୍ପିଟାଲ ପ୍ରଶାସନ ତାଙ୍କ ପରଲୋକର ଖବର ଦେଇଛନ୍ତି। ଆଶାଲତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସେପ୍ଟେମ୍ବର ୧୭ତାରିଖରୁ ତାଙ୍କର ମହାରାଷ୍ଟ୍ରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ସେ ଅନେକ ବଲିଉଡ ଫିଲ୍ମରେ କାମ କରିଥିଲେ ଏବଂ ସେ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ କାମ କରିଥିଲେ।oହସ୍ପିଟାଲର ଏକ ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ ସୋମବାର ସନ୍ଧ୍ୟାରୁ ତାଙ୍କ ଦେହ ଆହୁରି ଅସୁସ୍ଥ ହୋଇଯାଇଥିଲା ଯାହା ଫଳରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ସେ ଆଜି ସକାଳେ ଆଖି ବୁଜି ଦେଇଥିଲେ। ଆଶାଲତା ସତାରାକୁ ନିଜର ଏକ ଫିଲ୍ମ ସୁଟିଂ କରିବାକୁ ଯାଇଥିଲେ। ସେ ଅନେକ ମରାଠୀ ଲୋକପ୍ରିୟ ହିଟ୍ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ଦିନ ଯାଏଁ ଥିଏଟର ଏବଂ ନାଟକର ଅଂଶ ବିଶେଷ ମଧ୍ୟ ଥିଲେ।ଅପନେ ପରାୟେ,ଉମ୍ବରଠା,ମାହେରଚି ସାଡ଼ି,ଅଙ୍କୁଶ,ଶୈତାନି ଇଲାକା,ଖୁନ କା କର୍ଜ,ଘାୟଲ,ବନ୍ଦ ଦରଓ୍ବାଜା,ଜଞ୍ଜିର,ଚଲତେ ଚଲତେ,ଉଧାର କା ସିନ୍ଦୂର,ଶୌକିନ,ନମକ ହଲାଲ,କୁଲି ଏବଂ ମହାଦେବ ତାଭ୍କର କିଛି ଲୋକପ୍ରିୟ ଫିଲ୍ମ।ଆଶାଲତା ବାବଗାଁଓକର ତାଙ୍କର ପ୍ରଥମ ଫିଲ୍ମ ଜଞ୍ଜିରରେ ଅମିତାଭ ବଚ୍ଚନଙ୍କ ସାବତ ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ୧୯୭୩ମସିହାରେ ରିଲିଜ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!