ବାଙ୍କୀ,୫/୯: କନଷ୍ଟେବଲ୍ଙ୍କ ଉପରେ ମାଡ଼ିଗଲା କାର୍। ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ କନଷ୍ଟେବଲ୍ଙ୍କୁ କାର୍ ଧକ୍କା ଦେଇଥିବା ଜଣାପଡ଼ିଛି। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଳ ରମେଶଚନ୍ଦ୍ର ପରିଡ଼ା। ସୂଚନା ଅନୁସାରେ, ଆଜି ଭୋର ସମୟରେ ରମେଶଚନ୍ଦ୍ର ମର୍ଣ୍ଣିଂ ୱାକ୍ କରୁଥିଲେ। ଏହି ସମୟରେ ଆଠଗଡ଼ ପଟୁ ଦ୍ରୁତ ଗତିରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍ ତାଙ୍କୁ ଚାରିଘରିଆ ଛକ ନିକଟରେ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ରମେଶଚନ୍ଦ୍ରଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |