ମର୍ମନ୍ତୁଦ ସଡକ ଦୁର୍ଘଟଣା, ମାମୁଁ ଭଣଜା ମୃତ

ମାଲକାନଗିରି,୨୩/୫(ଶ୍ରୀନିବାସ ପଣ୍ଡା): ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ତିନି କିଲୋମିଟର ଦୂର ଗୌଡ଼ଗୁଡା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ସୂତ୍ରରୁ ପ୍ରକାଶ ଏମଭି – ୦୯ ଗ୍ରାମର ମିଥୁନ ବିଶ୍ୱାସ ଏମଭି – ୦୧ ଗ୍ରାମରୁ ଭଉଣୀ ଏବଂ ଭଣାଯାକୁ ନିଜ ମୋଟର ସାଇକେଲରେ ଘରକୁ ଆସୁଥିବା ବେଳେ ବିପରୀତ ଦିଗରୁ ଧାନ ବୋଝେଇ କରି ଆସୁଥିବା ଭାରିଯାନ ( CG – 17 KR 6273 ସାମ୍ନା ସାମ୍ନି ଧକା ଦେବାରୁ ଘଟଣା ସ୍ଥଳରେ ମାମୁଁ ଏବଂ ଭଣଜା ମୃତ୍ୟୁବରଣ କରିଛନ୍ତି। ଭଉଣୀ କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠା ଯିବାପରେ, ବର୍ତ୍ତମାନ ଚିକିତ୍ସାଧୀନ। ଭଉଣୀ କୁ ଗଭୀର ଆଘାତ ଲାଗିଥିବା ଜଣାଯାଇଛି। ମାଲକାନଗିରି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।ଏଠାରେ ସୁଚେଇବାକୁ ଚାହୁଁ ମାଲକାନଗିରି ଜିଲ୍ଲାରୁ ଧାନ ଆନ୍ଧ୍ର,ତେଲେଙ୍ଗାନା ଏବଂ ଛତିଶଗଡ଼ କୁ ଅବାଧରେ ଚୋରା ଚାଲାଣ କରାଯାଉଛି। ଯୋଗାଣ ବିଭାଗ ଏବଂ ଆର ଏମ୍ ସି ନିରବଦ୍ରଷ୍ଟା ସାଜି ପରୋକ୍ଷରେ ଚୋରା ଚାଲାଣ କୁ ନିୟନ୍ତ୍ରଣ କରୁଛି। ଯାହା ଫଳରେ ଗାଡି ଗୁଡିକ ଦ୍ରୁତ ଗତିରେ ସୀମା ପାର ହେବାପାଇଁ ଚେଷ୍ଟା କରିବା ଫଳରେ ବାରମ୍ବାର ଦୁର୍ଘଟଣା ଘଟାଉଛନ୍ତି।

WhatsApp Image 2021 05 23 at 11.07.36 AM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: