ବିହାର : ବିହାରର ମୁଜଫରପୁର ଜିଲାର ଓପି ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ବସକୁ ଟ୍ରକ ଧକ୍କା ଦେବା କାରଣରୁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଯୋଗ୍ୟ, ବରଯାତ୍ରୀ ଥିବା ଉକ୍ତ ବସଟିର ଚକା ପମ୍ପଚର ହୋଇଯିବା କାରଣରୁ ତାହା ରାସ୍ତାକଡରେ ରହିଥିଲା। ସେହି ସମୟରେ ଟ୍ରକଟି ଖୁବ ଜୋରରେ ବସଟିକୁ ଧକ୍କା ଦେଇଥିଲା। ବସଟି ଢାକାରୁ ଆସୁଥିଲା ବୋଲି କୁହାଯାଉଛି। ମାତ୍ର ରାସ୍ତାରେ ପମ୍ପଚର ହୋଇଯିବାରୁ ରାସ୍ତାରେ ବସଟି ଅଟକିବା ସହ କିଛି ବରଯାତ୍ରୀ ବସ ଭିତରେ ଓ କିଛି ବାହାରରେ ଠିଆ ହୋଇଥିଲେ। ସେହି ସମୟରେ ଦ୍ରୁତ ଗତିରେ ଟ୍ରକଟି ପଛପଟୁ ବସକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ କ୍ରେନ ଦ୍ୱାରା ବସଟି ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା କାରଣରୁ ବହୁ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଅଟକି ରହିଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |