ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣ, ୫୦ ମୃତ

ନୂଆଦିଲ୍ଲୀ, ୩୦/୦୪:  ଆଫଗାନିସ୍ତାନର   ରାଜଧାନୀ କାବୁଲର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ଘଟିଥିବା ବେଳେ ଏବେ ମଧ୍ୟ ୨୦ ଜଣରୁ ଅଧିକ ଗୁରୁତର  ।   ଶୁକ୍ରବାର ରାଜଧାନୀ କାବୁଲର ଏକ ମସଜିଦରେ ଭୟଙ୍କର ବିସ୍ଖୋରଣ ହୋଇଛି । ଏଥିରେ ଅତିକମରେ ୫୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଲିବାନର କହିବାନୁସାରେ, ଇସଲାମଙ୍କ ପବିତ୍ର ରମଜାନର ଶେଷ ଶୁକ୍ରବାର ଦିନ ଶତାଧିକ ଲୋକ ପ୍ରାର୍ଥନା କରିବା ପାଇଁ ଏକାଠି ହୋଇଥିଲେ ଏବଂ ଖଲିଫା ଆଗା ଗୁଲ ଜାନ ମସଜିଦରେ ପ୍ରବଳ ଗହଳି ଦେଖିବାକୁ ମିିଳିଥିଲା। ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ହୋଇଥିଲା।   ହଠାତ ସେହି ସମୟରେ ବିସ୍ପୋରଣ ହୋଇଥିଲା । ଘଟଣାସ୍ଥଳରେ ୫୦ଜଣରୁ ଅଧିକ ପ୍ରାଣ ହରାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: