‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍’ ରାମଲାଲା ମୈଦାନରେ କଂଗ୍ରେସର ବିଶାଳ ରାଲି

ନୂଆଦିଲ୍ଲୀ ୦୪/ ୦୯: ଦିଲ୍ଲୀର ରାମଲାଲା ମୈଦାନରେ  ରବିବାର ଦିନ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଏକ ରାଲିର ଆୟୋଜନ ହେବାକୁ ଯାଉଛି । ଦେଶରେ ବୃଦ୍ଧି ପାଉଥିବା ଦରଦାମ, ବେରୋଜଗାରୀ ଏବଂ ଜିଏସଟି ବୃଦ୍ଧି ପ୍ରତିବାଦରେ ରବିବାର ରାମଲୀଳା ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି କଂଗ୍ରେସ । ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ଦଳର ନେତା ଯୋଗଦେବେ। ଏଥିରେ ଦେଶର ଅନ୍ୟାନ୍ୟ ସ୍ଥାନ ବ୍ୟତୀତ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶର ଦଳୀୟ କର୍ମୀ ଯୋଗଦେବେ। ସେପ୍ଟେମ୍ବର ୭ ରୁ କନ୍ୟା କୁମାରୀ ରୁ କାଶ୍ମୀର ପର୍ୟ୍ୟନ୍ତ ବିରୋଧୀ ଦଳର ୩୫୦୦ କିଲୋମିଟର ‘ଭାରତ ଯୋଡୋ ଯାତ୍ରା’ ପୂର୍ବରୁ ଏହି ରାଲି ଅନୁଷ୍ଠିତ ହେବ। ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ଉପରେ ଗୁରୁତ୍ୱ ଦେବା ଏବଂ ସାମ୍ପ୍ରଦାୟିକ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଭାରତରେ ଭ୍ରମଣ କରିବ।ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ରାମଲୀଳା ମୈଦାନୀରୁ କଂଗ୍ରେସ ରାଲି ବାହାର କରିବ । ଦଳ ପକ୍ଷରୁ ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍’ ଡାକରା ଦିଆଯାଇଥିବା ବେଳେ ଅନେକ ନେତା ଯୋଗ ଦେବେ । ଦେଶର ବିଭିନ୍ନ ସ୍ଥାନ ଯେପରିକି ଦିଲ୍ଲୀ, ହରିୟାଣା ଏବଂ ଉତ୍ତର ପ୍ରଦେଶର କାର୍ଯ୍ୟକର୍ତ୍ତା ରାଲିରେ ସାମିଲ ହେଉଛନ୍ତି । ସେପ୍ଟେମ୍ବର ୭ ତାରିଖରୁ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ହେଉଛି ‘ଭାରତ ଯୋଡୋ’ ଯାତ୍ରା । ଯାହାକି ୩୫୦୦ କିଲୋମିଟର ଚାଲିବ । ଦେଶବ୍ୟାପୀ ମହଙ୍ଗା ମାଡ, ବେରୋଜଗାରୀ ଭଳି ମୁଦ୍ଦାକୁ ନେଇ ରାହୁଲ ଗାନ୍ଧି ଜନତାଙ୍କୁ କେନ୍ଦ୍ର ସରକାରଙ୍କ ବିରୋଧରେ କହିବେ । ଭାରତ ଯୋଡୋ ଯାତ୍ରା କଂଗ୍ରେସ ଦଳର ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ ଜନସମ୍ପର୍କ କାର୍ଯ୍ୟକ୍ରମ । ଭାରତ ଯୋଡୋ ଯାତ୍ରା ପୂର୍ବରୁ ହିଁ ରବିବାର କଂଗ୍ରେସ ପକ୍ଷରୁ ଦିଲ୍ଲୀ ରାମଲୀଳା ମୈଦାନରେ ରାଲି ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: