ମହାକାଳପଡା ବିକାଶ ମଞ୍ଚର କରୋନା ସଚେତନତା ଓ ଅସହାୟଙ୍କୁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା,୮ା୬(ଚିତ୍ତରଞ୍ଜନ ଦାସ): ବନ୍ୟା ବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଜନତାଙ୍କ ପାଖରେ ପହଞ୍ôଚ ସହାୟତାର ହାତ ବଢାଉଥିବା ମହାକାଳପଡା ବିକାଶ ମଞ୍ଚ ପକ୍ଷରୁ ମହାକାଳପଡା ବ୍ଲକର ରାଜଗଡ ଛକ, ଓରତଘାଟ ବଜାର, ଦେଉଳପଡା ଛକ ଓ ବିଜୟ ନଗର ବଜାର ସମେତ ମାର୍ଶାଘାଇ ବ୍ଲକର ଅଙ୍ଗୁଳାଇ ଛକ, ପସ୍ତାଛକ, ନେମ୍ବରାଛକ ପ୍ରଭୃତି ସ୍ଥାନରେ ଅମାନିଆମାନଙ୍କୁ ତୁଣ୍ଡି ପ୍ରଦାନ ସହ କରୋନା ମହାମାରୀ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ମଞ୍ଚର “ସ୍ଳୋଗାନ ମାସ୍କ ପିନ୍ଧନ୍ତୁ ସାମାଜିକ ଦୂରତ୍ୱ ବଜାଇ ରଖନ୍ତୁ”ବୋଲି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିସହିତ ବିଜୟନଗର ଗ୍ରାମର ବଜ୍ରାଘାତରେ ପ୍ରାଣ ହରାଇଥିବା ସ୍ୱର୍ଗତ ରାମଚନ୍ଦ୍ର ରାଉତଙ୍କ ବିଧବା ପତ୍ନୀ ଶାନ୍ତିଲତା ରାଉତଙ୍କୁ ଶୁଖିଲା ଖାଦ୍ୟ ଅଟା, ଚୁଡା, ବିସ୍କୁଟ, ସାବୁନ ଓ ଅର୍ଥରାଶି ପ୍ରଦାନ କରାଯିବା ସହ ସେହିଗ୍ରାମର ଅସହାୟା ଭାନୁମତି ସୂତାରଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା । ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ବରିଷ୍ଠ ଶିକ୍ଷାବିିତ, ସମାଜସେବୀ, ପରିବେଶବିତ ତଥା ମହାକାଳପଡା ବିକାଶ ମଞ୍ଚର ସଭାପତି କାଶିନାଥ ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ସମ୍ପାଦକ ବିଚିତ୍ରାନନ୍ଦ ବାରିକ, ଆଇନଜୀବି ଶୁଭେନ୍ଦୁ ରାଉତରାୟ ଓ ଅକ୍ଷୟ ନାଥ, ମଞ୍ଚର ସଦସ୍ୟ ସୁଶାନ୍ତ ତ୍ରିପାଠୀ, ଧନେଶ୍ୱର ସେଠୀ, ଇଶ୍ୱର ଚନ୍ଦ୍ର ବେହେରାଙ୍କ ସମେତ କେନ୍ଦ୍ରାପଡା ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା ଶିକ୍ଷକ ନେତା ପ୍ରଣବ କୁମାର ଜେନା, ମଞ୍ଚର ସଦସ୍ୟ ପବିତ୍ର ମାଇତି, ପ୍ରଦିପ ଦାସ, ମନୋରଞ୍ଜନ ଜେନା, ପବିତ୍ର କୁମାର ପରିଡା, ଶାରଦା ପ୍ରସାଦ ଚୌଧୁରୀ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: