ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀରେ ବିଜେପିର ପଦଯାତ୍ରା

ଭୁବନେଶ୍ୱର,୨/୧୦:ଗାନ୍ଧୀ ଜୟନ୍ତୀରୁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର କାରଗିଲ ବସ୍ତିରୁ ଦଳୀୟ ପଦଯାତ୍ରାର ଶୁଭାରମ୍ଭ କରିଥିବାବେଳେ ଟକ୍କର ଦେବାକୁ ବିଜେପି ଜାଗମରାରେ କରିଛି ପଦଯାତ୍ରା। ଆଉ ଆସନ୍ତା ୩୧ ତାରିଖରୁ ସମାନ କାର୍ଯ୍ୟକ୍ରମ ଆପଣାଇବ କଂଗ୍ରେସ। ପଦଯାତ୍ରାକୁ ନେଇ ତିନି ଦଳ ପରସ୍ପରକୁ କାଦୁଅ ଫିଙ୍ଗୁଥିବାବେଳେ ରାଜନୀତି ସମୀକ୍ଷକ କିନ୍ତୁ ବାରିଛନ୍ତି ୨୪ନିର୍ବାଚନ ରଣନୀତିର ଗନ୍ଧ।  ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ରାଜଧାନୀର ଧର୍ମବିହାର ସରସ୍ୱତୀ ଶିଶୁ ମନ୍ଦିରଠାରୁ ଜାଗମରା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୨୨ବର୍ଷ ଧରି ଓଡ଼ିଶା ଶାସନ କ୍ଷମତାରେ ଥିବା ନକଲି ସରକାରକୁ ଧ୍ୱଂସ କରି ଓଡିଶାର ବିକାଶକୁ ତ୍ୱରାନ୍ୱିତ କରାଯିବାର ନିହାତି ଆବଶ୍ୟକତା ରହିଛି । ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କ କୁଶାସନ, ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ବିଫଳ ବୋଲି କହିଥିଲେ । ସମସ୍ତ ଭାରତୀୟଙ୍କ ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ପ୍ରସଙ୍ଗରେ ‘ନକଲି ଚାବି’ କହି ବିଭ୍ରାନ୍ତ କରୁଥିବା ନିଜେ ରାଜ୍ୟ ସରକାର ନକଲି ବୋଲି କହିଥିଲେ । ୨୨ବର୍ଷର ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଯେଉଁ ପ୍ରରୋଚନା ଦେବା ସହ ଓଡ଼ିଶାବାସୀଙ୍କୁ ଠକି ଚାଲିଛନ୍ତି ସେ ସରକାରକୁ ତୁରନ୍ତ ବଦଳାଇ ବିକଶିତ ଓଡିଶା ପାଇଁ ଆମେ ଆଜି ସଂକଳ୍ପ ନେଉଛୁ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ନାରୀନେତ୍ରୀ ପିଙ୍କି ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂ, ସୁଜାତା ଛୋଟରାୟ, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅରୁଣ ପୁରୋହିତ, ବିଜୟ ରାଉତ, ଜଗନ୍ନାଥ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ଉପସଭାପତି ଅକ୍ଷୟ ପତି, ତୃପ୍ତିମୟୀ ମକଦ୍ଦମ, ଜିଲ୍ଲା ସଂପାଦକ ତାପସ ଦଳାଇ, ରଶ୍ମିତା ସେଠୀ, ରଜନୀବାଳା ଦାସ, ଜିଲ୍ଲା ନେତୃତ୍ୱ ସୁନୀଲ ପ୍ରଧାନ, ସୁଭାସିନୀ ପୃଷ୍ଟି, ମନୋଜ ପଶ୍ଚିମକବାଟ, ଇଦିସ୍ ଭୂୟାଁ, ସୁରେଶ ଦାସ, ସ୍ୱାଗତ ମହାପାତ୍ର, ସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: