ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ଶ୍ରମିକଶିକ୍ଷା କାର୍ଯ୍ୟକ୍ରମ

ରାଉରକେଲା,୦୨/୧୦ (ଫିରୋଜ କୁମାର ବେହେରା): ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଏବଂ ଦତ୍ତପାନ୍ତ ଠେଙ୍ଗଡ଼ି ଜାତୀୟ ଶ୍ରମିକଶିକ୍ଷା ପ୍ରତିଷ୍ଠାନର ମିଳିତ ସହଯୋଗରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲବହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଅରୁଣ କୁମାର ପରିଡାଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି l ଲାଠିକଟା ପଞ୍ଚାୟତ ସମିତିର ଅଧକ୍ଷା ରଞ୍ଜିତା ଖାଲକୋ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କର କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ, ସମାଜସେବା, ଗ୍ରାମ ସ୍ୱରାଜ ଅଭିଯାନ, ସର୍ବୋପରି ଆଧୁନିକ ଭାରତ ଗଠନରେ ଭୂମିକା ସମ୍ପର୍କରେ ବିଷଦ ଆଲୋଚନା କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାପାଇଁ ଆଜିର ଯୁବ ଓ ଛାତ୍ର ସମାଜକୁ ଆହ୍ୱାନ ଦେଇଥିଲେ l ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ଧର୍ମେନ୍ଦ୍ର ମିଶ୍ର ପଲ୍ଲୀ ସଭା, ଗ୍ରାମ ସଭା, ପଞ୍ଚାୟତ ପ୍ରତିନିଧି ଙ୍କ ଭୂମିକା, ପଞ୍ଚାୟତରାଜ ଆଇନ, ଗ୍ରାମ୍ୟ ଅର୍ଥନୀତି, ଗ୍ରାମ୍ୟ କାରିଗରୀ ସମ୍ପର୍କରେ ଆଲୋଚନା କରିଥିଲେ, ସ୍ଥାନୀୟ ସରପଞ୍ଚ ଜାତୃ ଓରାମ କହିଲେ ସତ୍ୟ ଓ ଅହିଁସା ଉପରେ ଆଧାରିତ ଗାନ୍ଧିଜୀଙ୍କ ଶିକ୍ଷାଦର୍ଶନ ସମାଜରୁ ସମସ୍ତ ଶ୍ରେଣୀ ଓ ସାମ୍ପ୍ରଦାୟିକ ବିଦ୍ୱେଷ ଦୂରକରି ଏକ ଶୋଷଣମୁକ୍ତ ସମାଜ ଗଠନପାଇଁ ଉଦ୍ଧିଷ୍ଟଥିଲା, ସେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ l ଏହି ଅବସରରେ ଶ୍ରମିକ ମାନଙ୍କ ସଚେତନତା ପାଇଁ ଏକ ଦୁଇଦିନିଆ କର୍ମଶାଳା ଶୁଭାରମ୍ଭ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟ୍ୟରେ ଟ୍ରଷ୍ଟ ର ସହ ସଂପାଦିକା ଶ୍ରୀମତୀ ସଚଳା ପଣ୍ଡା, ଗ୍ରାମସେବିକା ସଂଯୁକ୍ତା ମହନ୍ତ, ସବିତା ତନ୍ତି, ନମିତା ଜେନା, ଅର୍ଣ୍ଣପୂର୍ଣ୍ଣା ଗଞ୍ଜୁ, ଧୀରଲତା ପରିଡା, ରୁପାଲୀ ଦାଶ, ସୁମନ ଜେନା, ସୁଶୀଳା ଜେନା ଓ ଜଲଦା ଜି.ଆର.ଏସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅନୀତା ଲୋହାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

WhatsApp Image 2020 10 02 at 9.51.01 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: