ବ୍ରହ୍ମପୁର(ମନୋଜ କୁମାର ପାତ୍ର),୨୮/୦୩ :ଚଳିତ ବର୍ଷ ମହାନଗର ନିଗମ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀମାନେ ଏକତରଫା ଭାବେ ବିଜୟୀ ହୋଇଛନ୍ତି । କିଛି ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ଦଳୀୟ ପାର୍ଥିକୁ କଡ଼ା ଟକ୍ଟର ଦେଇ ବହୁ କମ୍ ବ୍ୟବଧାନରେ ପରାସ୍ତ ହୋଇଥିବା ବେଳେ କେତେକ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ଏକତରଫା ଭାବେ ବିଜୟୀ ହୋଇଛନ୍ତି। ୨୬ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ଧିରେଶ୍ ସାବତ ୨୨୪୩ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମମତାରାଣୀ ରାୟଙ୍କ ଠାରୁ ୧୪୬୮ ଭୋଟରେ ବିଜୟୀ ହୋଇଛନ୍ତି । ଦ୍ୱିତୀୟରେ ୪ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ସନ୍ଧ୍ୟାରାଣୀ ଶୁକ୍ଳା ୨୩୦୫ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଭାନୁମତି ବିଷୋୟୀ ୧୨୧୮ ଭୋଟ ପାଇଥିଲେ । ଫଳରେ ୧୦୮୭ ଭୋଟ ବ୍ୟବଧାନରେ ସନ୍ଧ୍ୟାରାଣୀ ବିଜୟ ହାସଲ କରିଛନ୍ତି । ସେହିପରି ତୃତୀୟରେ ୨୪ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ପ୍ରଶାନ୍ତ କୁମାର ପଟ୍ଟନାୟକ(ଟୁନା)୧୭୯୯ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ମୁକୁନ୍ଦ ଗୌଡ ୭୪୦ ଭୋଟ ପାଇଥିଲେ। ଫଳରେ ପ୍ରଶାନ୍ତ ଏକତରଫା ଭାବେ ୧୦୫୯ ଭୋଟରେ ବିଜୟୀ ହୋଇଥିଲେ । ସେହିଭଳି ୨୫ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ନରସିଂହ ସେଠୀ(ବାଇ ସ୍ୱାମୀ )ମୋଟ ୨୪୧୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେଡିର ସୁନୀତା ପାତ୍ର ୧୫୯୦ ଖଣ୍ଡ ଭୋଟ ପାଇଥିଲେ । ଫଳରେ ନରସିଂହ ୮୨୮ ଖଣ୍ଡ ଭୋଟ ବ୍ୟବଧାନରେ ଏକତରଫା ବିଜୟୀ ହୋଇଥିଲେ । ସବୁ ଠୁ ବଡ଼ କଥା ହେଲା ଉପରୋକ୍ତ ସମସ୍ତ ସ୍ୱାଧୀନ ପାର୍ଥୀ ବିଜେଡ଼ି ଟିକେଟ ପାଇଁ ଆବେଦନ କରିଥିଲେ କିନ୍ତୁ ଦଳ ସେମାନଙ୍କୁ ଟିକେଟ ନ ଦେଇ କିଛି ଅନ୍ୟ ପ୍ରତିଦ୍ବନ୍ଦୀଙ୍କୁ ଟିକେଟ ଦେଇଥିଲା । କିନ୍ତୁ ସେମାନେ ନିଜର ଜନସମର୍ଥନ ଯୋଗୁଁ ସ୍ଵାଧୀନ ଭାବେ ନିଜ ୱାର୍ଡରେ ଛିଡା ହୋଇ ଏକତରଫା ଭାବେ ବିଜୟ ହୋଇଥିଲେ ଯାହା ଫଳରେ ଉକ୍ତ ୱାର୍ଡରେ ବିଜେଡ଼ି ଦଳ ୪ଟି କର୍ପୋରେଟର ଆସନ ହରେଇବସିଲା । ତେବେ ମହାନଗର ନିଗମରେ ସ୍ବାଧୀନ ପ୍ରାର୍ଥୀମାନଙ୍କ ବିପୁଳ ଭୋଟରେ ବିଜୟ ନିଶ୍ଚିତ ଭାବେ ସେହି ଅଞ୍ଚଳରେ ସେମାନଙ୍କ ପ୍ରତି ରହିଥିବା ବହୁ ଜନସମର୍ଥନକୁ ସ୍ପଷ୍ଟ କରୁଛି।ତେବେ ଏମାନଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ନିର୍ବାଚନ ଅଧିକାରୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |