ମହାନଦୀରେ ଗାଧୋଇବା ପାଇଁ ଯାଇ ବୁଡ଼ିଗଲେ ୩ ଯୁବକ, ଜଣେ ଉଦ୍ଧାର

କଟକ,୧୦/୦୪:ମହାନଦୀର ଯୋବ୍ରା ବ୍ୟାରେଜ ନିକଟରେ ବୁଡ଼ିଗଲେ ୩ ଯୁବକ । ୩ ଜଣ ଯୁବକ ଯୋବ୍ରାରେ ଗାଧୋଇବା ପାଇଁ ଯାଇଥିବାବେଳ ଘଟିଛି ଅଘଟଣ । ତେବେ ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ତାଙ୍କୁ ମେଡିକାଲକୁ ପଠାଯାଇଥିବା ବେଳେ ୨ ନିଖୋଜକୁ ଖୋଜିବା ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଓଡ୍ରାଫ୍ ଟିମ୍ ।  ତିନି ଜଣ ଯୁବକ ଯୋବ୍ରା ଆନିକଟ ନିକଟରେ ଗାଧୋଉଥିଲେ। ତେବେ ହଠାତ ତିନି ପାଣିରେ ବୁଡି ଯାଇଥିଲେ। ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି। ଅନ୍ୟପଟେ ଏବେ ବି ଦୁଇ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ଅଗ୍ନିଶମ ବାହିନୀ। ତେବେ ନିଖୋଜ ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ସମସ୍ତଙ୍କ ଘର ଚୂନଭାଟି ଚାରିଘରିଆରରେ ହୋଇଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: