ମହାନଦୀରେ ବୁଡି ଦୁଇ ଭାଇ

ଜଗତସିଂହପୁର, ୧୪/୦୪ :  ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ଅଗପାଳ ପଞ୍ଚାୟତରେ   ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।    ଗୁରୁବାର ସକାଳ ୯ଟା ସମୟରେ କୁଜଙ୍ଗ ନିକଟରେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିଲେ । ପଥୁରିଆ ଗାଁର ଚାରି ଜଣ ଯୁବକ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗଣେଶ୍ୱର ସାହୁ ଓ ରାଜୀବ ଲୋଚନ ସାହୁ ମହାନଦୀରେ ଗାଧୋଉଥିଲେ। ଏହି ସମୟରେ  ଚୋରାବାଲିରେ ଦୁଇ ଜଣଙ୍କ ଗୋଡ଼ ଖସି ଯାଇଥିଲା । ଗୋଡ଼ ଖସିଯିବା ଫଳରେ ସେମାନେ ଗଣ୍ଡ ଭିତରକୁ ଭାସି ଯାଇଥିଲେ । ଅନ୍ୟ ଦୁଇଜଣ ନଦୀ ପଠା ସେମାନଙ୍କୁ ବୁଡ଼ି ଯିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ଆସି ଗଣେଶ ଓ ତାଙ୍କ ଭାଇଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବହୁତ ଖୋଜାଖୋଜି ପରେ ଯୁବକ ଦୁଇଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଛି । ଫଳରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ମୃତକ ପଥୁରିଆ ଗାଁର ୧୯ ବର୍ଷୀୟ ରାଜୀବ ଲୋଚନ ସାହୁ ଓ ୧୮ ବର୍ଷୀୟ ଗଣେଶ୍ଵର ସାହୁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: