ମହାନଦୀ ଜଳବିବାଦ ମାମଲା,ସତ୍ୟପାଠ ଦାଖଲ କରିବେ ଓଡ଼ିଶା, ଛତିଶଗଡ଼

ନୂଆଦିଲ୍ଲୀ,,୧୩/୦୩: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ସମେତ ଅନ୍ୟ ପକ୍ଷମାନଙ୍କୁ ସାକ୍ଷ୍ୟପ୍ରମାଣ ଓ ସତ୍ୟପାଠ ଏପ୍ରିଲ ୨୩ ସୁଦ୍ଧା ଦାଖଲ କରିବା ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଦିନ ବିଚାରପତି ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ଟ୍ରିବ୍ୟୁନାଲଙ୍କ ୨୬ତମ ଶୁଣାଣି ହୋଇଥିଲା।ସେହିପରି ଅଦ୍ୟାବଧି କମନ ଇନଫମସେନ ଫର୍ମାଟ ଚୂଡ଼ାନ୍ତ ସରିନଥିବାରୁ ଅତିରିକ୍ତ ସତ୍ୟପାଠ ଜରିଆରେ ଉଭୟ ରାଜ୍ୟ ତଥ୍ୟ ଓ ଦସ୍ତାବିଜ ଉପସ୍ଥାପନ ନିମନ୍ତେ ଟ୍ରାଇବୁନାଲ ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଠାରୁ ଅଧିକ ତଥ୍ୟ ଲାଗି ଉଭୟ ରାଜ୍ୟ ତରଫରୁ ଆଗତ ଆବେଦନର ବିଚାର କରି ଟ୍ରାଇବୁନାଲ ଅଧ୍ୟକ୍ଷ ଏ ଏମ ଖାଣ୍ଡିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଜବାବ ତଲବ କରିଥିଲେ। ତେବେ କ’ଣ ପାଇଁ ଅଧିକ ତଥ୍ୟ ଆବଶ୍ୟକ ସେହି ବିଷୟରେ ଓଡ଼ିଶା ଓ ଛତିଶଗଡ଼଼ ରାଜ୍ୟ ସରକାର ସତ୍ୟପାଠ ଜରିଆରେ କାରଣ ସ୍ପଷ୍ଟ କରିବାକୁ ଟ୍ରାଇବୁନାଲ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦କୁ ଧାର୍ଯ୍ୟ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: