ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଶେଷ ପର୍ବ

ପୁରୀ,୪/୬:  ପ୍ରଥମ ପର୍ଯ୍ୟାୟ ଚନ୍ଦନ ଯାତ୍ରାର ବିଂଶତମ ଦିନରେ ଶ୍ରୀ ମନ୍ଦିରରେ   ଭଉଁରୀ ଯାତ୍ରାରେ ରାତ୍ର ଚାପ ନରେନ୍ଦ୍ରରେ ୨୧ ଘେରା ବୁଲିଛି।  ଏହା ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାର ଶେଷ ପର୍ବ ଅଟେ । ଗୁରୁବାର ଶ୍ରୀକ୍ଷେତ୍ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଭଉଁରୀ ଉତ୍ସବ ପାଳିତ ହୋଇଛି । ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରା ଚାପରେ ଦଶଠାକୁରେ ୨୧ଥର ନୌବିହାର କରିଥିଲେ । ଅପରାହ୍ନରେ ବଡ଼ଦାଣ୍ଡରେ ଦେବ ଶୋଭାଯାତ୍ରା ଅନୁଷ୍ଠିତ ହେଲା । ବିମାନ ଓ ପାଲିଙ୍କିରେ ବିରାଜମାନ ହୋଇ ଦେବତାମାନେ ନରେନ୍ଦ୍ର ପରିସରରେ ପହଞ୍ଚି ଯଥାବିଧି ଦେବନୀତି ସମ୍ପନ୍ନ ହୋଇଥିଲା ସବୁକିଛି ବିଧିପୂର୍ବକ । ଏତେ ବଡ଼ ଉତ୍ସବରେ ଶ୍ରୀମନ୍ଦିର, ବଡ଼ଦାଣ୍ଡ ତଥା ନରେନ୍ଦ୍ର ପରିସରରେ ଜନଗହଳି ନଥିଲା । ଶୁଭିଲାନି ଭକ୍ତଙ୍କର ହରିବୋଲ ହୁଳହୁଳି ଧ୍ୱନି । ବଡ଼ଦାଣ୍ଡରେ ନୃତ୍ୟ ସଙ୍ଗୀତ ନଥିଲା । କରୋନା କଟକଣା ଉତ୍ସବର ଆନନ୍ଦ ଛଡ଼ାଇନେଲା ବୋଲି ସହରରେ ଚର୍ଚ୍ଚା ଚାଲିଛି । ତେବେ ମହାପ୍ରଭୁଙ୍କ ଯଥାବିଧି ନୀତି ପାଳିତ ହୋଇଛି ।

E29slaBVEAcPEgK

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: