ମହାପ୍ରଭୁଙ୍କ ଜମି ବିକ୍ରିର ହେବ ଡିଜିଟାଇଜେସନ

ପୁରୀ ,୨୭।୦୯ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ନୀତି   କମିଟି ଓ ଛତିଶା ନିଯୋଗରେ ହୋଇଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମୋହର ମାରିଲା ପରିଚାଳନା କମିଟି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବାକୁ ଯାଉଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି । ତେବେ ଶ୍ରୀମନ୍ଦିର ଜମି ଡିଜିଟାଇଜେସନ ନେଇ ଓରସାକର ର ସାହାଯ୍ୟ ନିଆଯିବ । ସମସ୍ତ ଜମିର ରେକର୍ଡ ଡିଜିଟାଇଜେସନ କରାଯିବ ବୋଲି ଯାଦବ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ଜମି ବିକ୍ରିର ଡିଜିଟାଇଜେସନ ହେବ। ଆଦର୍ଶ ଗୁରୁକୂଳକୁ ଜମି ଲିଜରେ ଦିଆଯିବ।ଅନ୍ୟ ପକ୍ଷେ ରତ୍ନ ଭଣ୍ଡାର ଖୋଲିବା ନେଇ ଏହି ପରିଚାଳନା ବୈଠକରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ । ଏନେଇ ମିଟିଂ ପରେ ସୁଖ୍ୟ ପ୍ରଶାସକ ସୂଟନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ରତ୍ନଭଣ୍ଡାର ପ୍ରସଙ୍ଗ ଏଜେଣ୍ଡାରେ ନଥିଲା ତେଣୁ ତାକୁ ନେଇ କୌଣସି ଆଲୋଚନା ହୋଇନାହିଁ । ତେବେ ଯେତେବେଳେ ଏହି ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ଆଲୋଚନା ହେବ ସେତେବେଳେ ଜଣାଇଦିଆଯିବ ବୋଲି କହିଛନ୍ତି ପରିଚାଳନା କମିଟିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ସେହିପରି ସେବକ ବାସଗୃହ ଯୋଜନା ଅଗ୍ରଗତିର ସମୀକ୍ଷା ହୋଇଛି । ହରଚଣ୍ଡି ସାହି ମୌଜାରେ ବାଉଣ୍ଡରି ୱାଲ ପାଇଁ ଟେଣ୍ଡର ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: