ମହାପ୍ରଭୁଙ୍କ ଦର୍ଶନକୁ ନେଇ ନୂଆ ଏସ୍ଓପି ଜାରି

ଭୁବନେଶ୍ୱର,  ୮।୯:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ନେଇ ନୂଆ ଏସ୍ଓପି ଜାରି କରାଯାଇଛି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ଉପରେ ଲାଗିଥିବା କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏବେ ଏହାର ଅବଧିକୁ ୨ ଘଣ୍ଟା ବଢାଇ ଦିଆଯାଇଛି। ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଶ୍ରୀଜିଉଙ୍କ ଦୈନିକ ଦର୍ଶନ ଅବଧି ୨ ଘଣ୍ଟା ବୃଦ୍ଧି କରାଯିବା ସହ ଏଣିକି ଶନିବାର ମଧ୍ୟ ଶ୍ରୀମନ୍ଦିର ଖୋଲା ରହିବ। ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ପୂର୍ବରୁ ସପ୍ତାହକୁ କେବଳ ୫ଦିନ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଥିବା ବେଳେ ଏବେ ୬ଦିନ ଦର୍ଶନ କରିବାର ସୁଯୋଗ ମିଳିବ। ସପ୍ତାହାନ୍ତ ସଟଡାଉନ ହଟିବା ପରେ ଏବେ ଶନିବାର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନକୁ ଅନୁମତି ଦେଇଛି ମନ୍ଦିର ପ୍ରଶାସନ। କେବଳ ସାନିଟାଇଜେସନ ପାଇଁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। ରବିବାର ବ୍ୟତୀତ ଅନ୍ୟ ବିଶେଷ ଦିନରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ। ଯେପରିକି ସେପ୍ଟେମ୍ବର ୧୦ରେ ଗଣେଶ ପୂଜା, ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମା ଓ ବାମନ ଜନ୍ମ, ୬ ଅକ୍ଟୋବରରେ ମହାଳୟା, ୧୫ ଅକ୍ଟୋବରରେ ଦଶହରା, ୨୦ ଅକ୍ଟୋବରରେ କୁମାରପୂର୍ଣ୍ଣିମା ଭଳି ବିଶେଷ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ନଭେମ୍ବରରେ ପୁଣିଥରେ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ । ଅପରପକ୍ଷରେ ପୂର୍ବରୁ ମନ୍ଦିରରେ ଦୀପ ଜଳାଇବା ଉପରେ ଯେଉଁ କଟକଣା ଲାଗୁ କରାଯାଇଥିଲା ତାକୁ କୋହଳ କରାଯାଇଛି। ଏଣିକି ମନ୍ଦିରରେ ଶ୍ରଦ୍ଧାଳୁ ଦୀପ ଜାଳି ପାରିବେ। ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ଜାରି କରୋନା କଟକଣାକୁ ପୂର୍ବ ପରି ଲାଗୁ କରାଯିବ। ମନ୍ଦିର ଭିତରକୁ ପ୍ରବେଶ ପାଇଁ ୭୨ ଘଣ୍ଟା ମଧ୍ୟରେ କରିଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ନଚେତ ଦୁଇଟି ପାନ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ପଡିବ। ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ କିମ୍ବା ଦୁଇ ପାନ ଟିକା ନେଇ ନ ଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: