ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ଚିହ୍ନଟ ହେଲା ବଉଳ ବୃକ୍ଷ

ସାକ୍ଷୀଗୋପାଳ,୧୯/୦୬: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ମହାପ୍ରଭୁଙ୍କର ଚଳିତ ମାସ ୨୪ ତାରିଖରେ ପବିତ୍ର ସ୍ନାନ ଯାତ୍ରା ଓ ଆସନ୍ତା ଜୁଲାଇ ମାସ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଏବଂ ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ଏହି ସମୟରେ ଅନୁଷ୍ଠିତ ପହଣ୍ଡି ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳ ବୃକ୍ଷ ଚିହ୍ନଟ କାର୍ଯ୍ୟକ୍ରମ ଶୁକ୍ରବାର ସାକ୍ଷୀଗୋପାଳରେ ଅନୁଷ୍ଠିତ ହୋଇଯାଇଛି । ବକୁଳ ବନ ଶେଷରେ ସାରୁ ଗାଡ଼ିଆ ଗ୍ରାମ ନିକଟରେ ଥିବା ଏକ ବଉଳ ବୃକ୍ଷ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ଚିହ୍ନଟ ହୋଇଛି । ଆସନ୍ତା ସୋମବାର ଦିନ ପବିତ୍ର ନିର୍ଜ୍ଜଳା ଏକାଦଶୀ ତିଥି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବୃକ୍ଷ ଚ୍ଛେଦନ କରାଯାଇ ଶ୍ରୀକ୍ଷେତ୍ର ଅଭିମୁଖେ ଶଗଡ଼ରେ ନିଆଯିବ । ଏହି ଅବସରରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା, ଆରକ୍ଷୀ ନୀରିକ୍ଷକ ଦେବୀ ପ୍ରସାଦ ପାତ୍ର, ଶ୍ରୀମନ୍ଦିର ରଥ ନିର୍ମାଣ ତତ୍ୱାବଧାରକ ସୁଦର୍ଶନ ମେକାପ, ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ, ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ମନ୍ଦିର କର୍ମଚାରୀ ସୁବାଷ ଗଜେନ୍ଦ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ଧ୍ରୁବ ଚରଣ ଭୋଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: