ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ଭରସା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬/୦୩ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ବିହାର ସମସ୍ତିପୁର ଜିଲ୍ଲାର ଏକ ତୀର୍ଥଯାତ୍ରୀ ଦଳ ପୁରୀ ଆସିଥିଲେ । ସେମାନେ ଠାକୁରଙ୍କୁ ଦର୍ଶନ କରି ପୁରୀ ବୁଲାବୁଲି କରି ଗତକାଲି ଘରକୁ ଫେରୁଥିଲେ । ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ କୁଆଝରଣ ଘାଟି ଜଙ୍ଗଲିଆ ରାସ୍ତାରେ ରାତି ସାଢ଼େ ଦୁଇଟାରେ ସେମାନଙ୍କ ଗାଡ଼ି (ବିଆର୍‌୦୧ ପିଏଲ୍‌୨୩୦୪) ଖରାପ ହୋଇଗଲା । ବାଟରେ ଅଟକି ରହିଲେ ତୀର୍ଥଯାତ୍ରୀମାନେ । ସେମାନଙ୍କ ସହ ମହିଳା ଓ ଛୋଟ ପିଲା ମଧ୍ୟ ଥିଲେ । ଏହି ଅସୁବିଧା ସମ୍ପର୍କରେ ସେମାନେ କଟିହାର ବିଧାୟକ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଫୋନ୍‌ କରି ଜଣାଇଥିଲେ ।
ଶ୍ରୀ ପ୍ରସାଦ ତୁରନ୍ତ ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫୋନ୍‌ କରି ସହାୟତା ଲୋଡ଼ିଥିଲେ । ଫୋନ୍‌ ପାଇବା ପରେ ଧର୍ମେନ୍ଦ୍ର ତୁରନ୍ତ ରାସ୍ତାରେ ଫସିଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ ଦୁଇଟି ଗାଡ଼ିର ବନ୍ଦୋବସ୍ତ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗାଡ଼ି ସେହି ତୀର୍ଥଯାତ୍ରୀମାନଙ୍କୁ ନେଇ ସମସ୍ତିପୁର ଜିଲ୍ଲାରେ ଛାଡ଼ିଥିଲା । ସେମାନେ ଘରେ ପହଞ୍ଚି ବେଶ୍‌ ଖୁସି ହୋଇଥିଲେ । ଏ ନେଇ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରସାଦ।ସେ ଟୁଇଟ୍‌ କରିଛନ୍ତି ଯେ, ବିପଦ ସମୟରେ ବିହାରବାସୀଙ୍କୁ ସହାୟତା କରିଥିବାରୁ ଧର୍ମେନ୍ଦ୍ରଜୀଙ୍କୁ ହାର୍ଦ୍ଦିକ କୃତଜ୍ଞତା । ଆପଣଙ୍କ ଏହି ସାହାଯ୍ୟକୁ ବିହାରବାସୀ ସର୍ବଦା ମନେ ରଖିବେ । ଏହି କାର୍ଯ୍ୟ ପାଇଁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ । ସେହିପରି ବିହାର ବିଜେପି ସଭାପତି ତଥା ଏମ୍‌ପି ଡ. ସଞ୍ଜୟ ଜୟସ୍ୱାଲ୍‌ ମଧ୍ୟ ଟୁଇଟ୍‌ କରି ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: