ମହାପ୍ରଭୁ ହେଲେ ସୁସ୍ଥ, ଆରମ୍ଭ ହୋଇଛି ରାଜପ୍ରସାଦ ବିଜେ ନୀତି

ପୁରୀ,  ୨୫/୦୬ :ସ୍ନାନ ପୂର୍ଣ୍ଣିମାରେ ସ୍ନା କରି ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି । ଏହି ଖବର ଦେବାକୁ ଦଇତାପତି ସେବାୟତ ଶ୍ରୀନଅର ଯାଉଛନ୍ତି । ସ୍ନାନ ପୂର୍ଣ୍ଣିମା ଅଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ଥିଲେ ।ଆଜି ଅଣସରର ଦ୍ଵାଦଶୀ। ଗତକଲି ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ ପରେ ଶ୍ରୀଜୀଉ ସୁସ୍ଥ ହୋଇରେଛନ୍ତି । ଏହି ସୁସ୍ଥତା ଖବର ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ନିମନ୍ତେ ଦଇତାପତିମାନେ ଘଣ୍ଟ, ଘଣ୍ଟା, ଛତ୍ରୀ କାହାଳି ସହ ପଟୁଆରରେ ରାଜପ୍ରାସାଦ ବିଜେ କରିବେ । ତେବେ ପୁରୀରେ ରାଜପ୍ରସାଦ ବିଜେ ନୀତି ଆରମ୍ଭ ହୋଇଛି । ରାଜପ୍ରସାଦ ବିଜେ କଲେ ଦଇତାପତି ସେବାୟତ । ସେହିପରି ଗତପତି ମହାରାଜାଙ୍କୁ ମହାପ୍ରଭୁଙ୍କ ଆରୋଗ୍ୟ ଖବର ଦିଆଯାଇଛି । ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ, ପାଟଡୋରୀ ଗଜପତିଙ୍କୁ ଅପର୍ଣ କରିଛନ୍ତି । ଜ୍ୱରରେ ପୀଡିତ ମହାପ୍ରଭୁ ସୁସ୍ଥ ହେବା ନେଇ ସେବାୟତ ଖବର ଦେଇଛନ୍ତି ।  ତେବେ ପାଖେଇ ଆସୁଛି ଘୋଷଯାତ୍ରା । ଆଉ କିଛି ଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଲାଗି ଦୀର୍ଘ ୨ ବର୍ଷ ପରେ ଦର୍ଶକଙ୍କ ଗ୍ରହଣରେ ରଥଯାତ୍ରା ହେବାକୁ ଯାଉଛି । ତେବେ ଏ ନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: