ମହାରାଷ୍ଟ୍ରରେ ଆଜିଠାରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ ,୨୪।୦୧: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ମହାରାଷ୍ଟ୍ରରେ ଆଜିଠାରୁ ସ୍କୁଲଗୁଡ଼ିକ ଖୋଲିଛି। କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ମହାରାଷ୍ଟ୍ରରେ ଜାନୁଆରୀ ୧ ତାରିଖ ଠାରୁ ୩୧ ଯାଏଁ ସ୍କୁଲ ଗୁଡ଼ିକ ବନ୍ଦ ରଖାଯାଇଥିଲା। ଏବେ କିନ୍ତୁ ସଂକ୍ରମଣ ହ୍ରାସ ପାଇଲା ପରେ ସ୍କୁଲ ଗୁଡ଼ିକ ପୁଣି ଥରେ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଠାରୁ ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ଅଫ୍‌ଲାଇନ୍‌ କ୍ଲାସ ପୁଣି ଥରେ ଆରମ୍ଭ ହୋଇଯାଇଛି।   ମନ୍ତ୍ରୀ ବର୍ଷା ଏକନାଥ ଗାଏକୱାର୍ଡ କହିଛନ୍ତି ଯେ, ରାଜ୍ୟର ଯେଉଁ ଅଞ୍ଚଳରେ କମ୍‌ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ଅଛନ୍ତି, ସେହି ସ୍ଥାନ ଗୁଡ଼ିକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲାଯାଇପାରିବ। ତେବେ ସଂକ୍ରମଣ ମୁକାବିଲା ପାଇଁ ସ୍କୁଲ ଗୁଡ଼ିକରେ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍ଥାନୀୟ ପ୍ରଶାସନ ଆବଶ୍ୟକତା ଅନୁସାରେ ସହଯୋଗ କରିବାକୁ କୁହାଯାଇଛି। ତେବେ ପୁନେ ଓ ଔରଙ୍ଗାବାଦରେ ପୂର୍ବଭଳି ଅନ୍‌ଲାଇନ୍‌ କ୍ଲାସ ଦ୍ବାରା ପାଠ ପଢ଼ାଯିବ। ଏହି ୨ ଜିଲ୍ଲାରେ ସଂକ୍ରମଣ ନିମ୍ନଗାମୀ ହୋଇନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: