ମୁମ୍ୱାଇ , ୨୭/୧୧ :ମହାରାଷ୍ଟ୍ର ଚନ୍ଦ୍ରପୁରରେ ମର୍ମନ୍ତୁଦ ଦୁର୍ଘଟଣା । ଭୁଶୁଡ଼ିଲା ରେଲଓ୍ବେ ଫୁଟ୍ ଓଭର ବ୍ରିଜ୍ । ୬୦ଫୁଟ୍ ଉଚ୍ଚରୁ ରେଳ ଧାରଣା ଉପରେ ଖସିପଡ଼ିଲେ ଲୋକ । ଦୁର୍ଘଟଣାରେ ୮ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଲ୍ଲାରଶାହ ରେଳ ଷ୍ଟେସନରେ ଏକ ଫୁଟ ଓଭର ବ୍ରିଜ ରେଳ ଲାଇନ ଉପରେ ଭୁଶୁଡ଼ି ପଡ଼ିଛି। ଏହି ସମୟରେ କିଛି ଯାତ୍ରୀ ବ୍ରିଜରୁ ରେଳ ଲାଇନ ଉପରେ ପଡ଼ିଯାଇଛନ୍ତି। ପ୍ରାୟ ୬୦ ଫୁଟ୍ ଉଚ୍ଚତାର ବ୍ରିଜରୁ ଯାତ୍ରୀମାନେ ତଳେ ପଡ଼ିଯାଇଛନ୍ତି।ତେବେ ଏହି ବ୍ରିଜ ଭୁଶୁଡ଼ିବା ଫଳରେ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସୂଚନା ଥାଉକି, କାଜିପେଟ ପୁଣେ ଏକ୍ସପ୍ରେସରେ ଯିବା ପାଇଁ କିଛି ଯାତ୍ରୀ ୧ ନମ୍ୱର ପ୍ଲାଟଫର୍ମରୁ ୪ ନମ୍ୱର ପ୍ଲାଟଫର୍ମକୁ ଏହି ଓଭର ବ୍ରିଜ ଦେଇ ଯାଉଥିଲେ। ଏହି ସମୟରେ ହଠାତ ବ୍ରିଜ ଟି ଭୁଶୁଡ଼ି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |