ନୂଆଦିଲ୍ଲୀ,୨୩।୧୧: ଆଜି ମହାରାଷ୍ଟ୍ର ଓ ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଭୂକମ୍ପର ଝଟକା ଭୋର ୪ଟା୦୪ରେ ମହାରାଷ୍ଟ୍ରର ନାସିକରେ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି । ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ସୂଚନା ମିଳିଛି । ସେହିପରି ଅରୁଣାଞ୍ଚଳ ପ୍ରଦେଶରେ ମଧ୍ୟ ଆଜି ସକାଳ ୭ଟା ୦୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତା ଭୂମି ଠାରୁ ୧୦ କିଲୋମିଟର ଗଭୀର ବୋଲି ଜଣାପଡିଛି । ଭୂକମ୍ପ ଅରୁଣାଞ୍ଚଳ ପ୍ରଦେଶର ବସର ରୁ ୫୮ କିମି ଉତ୍ତର-ପଶ୍ଚିମ-ଉତ୍ତରରେ ଅନୁଭବ ହୋଇଥିଲା ।ୟୁରୋପିଆନ୍ ସିସ୍ମୋଲୋଜି ସେଣ୍ଟରର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଉତ୍ତର-ପଶ୍ଚିମ ଡର୍ଜ ଠାରୁ ୯ମାଇଲ୍ ଓ ଆଡ୍ପାଜନ ଠାରୁ ୩୨ ମାଇଲ୍ ଦୂରରେ ରହିଛି । ସେହିପରି ଏହାର କେନ୍ଦ୍ରବିନ୍ଦୁ ଭୂପୃଷ୍ଠ ଠାରୁ ୧.୨୪ମାଇଲ୍ ଗଭୀରତାରେ ରହିଛି । ଭୂକମ୍ପ ପରେ ବିଦ୍ୟୁତ୍ ସରବରାହ, ମୋବାଇଲ ନେଟ୍ଓ୍ବର୍କ, ଇଣ୍ଟରନେଟ୍ ସବୁ କିଛି ବିଚ୍ଛିନ୍ନ ହୋଇଯାଇଛି । ଭୂମିକମ୍ପ ଯୋଗୁ ବହୁ ଧନଜୀବନ ନଷ୍ଟ ହୋଇଥିବା ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |