ମହାରାଷ୍ଟ୍ର କ୍ୟାବିନେଟ୍ ସଂପ୍ରସାରଣ :ଶପଥ ଗ୍ରହଣ କଲେ ୧୮ ମନ୍ତ୍ରୀ

ମୁମ୍ବାଇ,୯।୮: ଆଜି ପ୍ରଥମ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମହାରାଷ୍ଟ୍ରରେ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ୧୮ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି। ମୁମ୍ବ‌ାଇ ରାଜଭବନରେ ଶପଥ ଗ୍ରହଣ କରିଥିବା ବିଜେପିର ୯ ଜଣ ବିଧାୟକଙ୍କ ମଧ୍ୟରେ ଚନ୍ଦ୍ରକାନ୍ତ ପାଟିଲ୍‌ ଏବଂ ବିଜୟ କୁମାର ଗାଭିଟ୍‌ ଅଛନ୍ତି। ଶିବସେନାରୁ ସିନ୍ଦେ ଗୋଷ୍ଠୀର ଗୁଲାବରାଓ ପାଟିଲ୍‌ ଓ ଦାଦାଜୀ ଡଗଡୁ ଭୁସେ ଶପଥ ଗ୍ରହଣ କରିଛନ୍ତି।ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଉପସ୍ଥିତ ଥିଲେ ।ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାର ୪୦ ଦିନ ପରେ କ୍ୟାବିନେଟର ସମ୍ପ୍ରସାରଣ କରାଯାଇଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ବିଜେପି ନେତୃତ୍ୱଙ୍କ ସହ ଦୀର୍ଘଦିନ ଧରି ଆଲୋଚନା ଜାରି ରହିଥିଲା । ଏକାଧିକ ଥର ଦିଲ୍ଲୀ ଗସ୍ତ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ ସିନ୍ଦେ । ଶେଷରେ ଚୂଡାନ୍ତ ହୋଇଥିଲା ମନ୍ତ୍ରୀ ତାଲିକା । ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ, ରାଧା କୃଷ୍ଣ ବିକେ ପାଟିଲ, ସୁଧିର ମୁନଙ୍ଗତିବାର, ସୁରେଶ ଖାଡେ, ଗିରିଶ ମହାଜନ, ରବିନ୍ଦ୍ର ଚୌହ୍ୱାନ, ମଙ୍ଗଲ ପ୍ରଭାତ ଲୋଧା, ବିଜୟ କୁମାର ଗାବିତ ଓ ଅତୁଲ ସାୱେ ଶପଥ ନେଇଛନ୍ତି । ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀରୁ ଦାଦା ଭୁସେ, ଶମ୍ଭୁରାଜେ ଦେସାଶୟୀ, ଉଦୟ ସାମନ୍ତ, ଗୁଲାବରାଓ ପାଟିଲ, ତାନାଜୀ ସାୱନ୍ତ, ସଞ୍ଜୟ ରାଠୋର ଓ ସନ୍ଦୀପ ଭୁମରେ, ଅବଦୁଲ ସତାର, ଦୀପକ କେସରକର୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୂଆ ମନ୍ତ୍ରିମଣ୍ଡଳରେ ଉଭୟ ଶିବସେନା ଏବଂ ବିଜେପିକୁ ସମାନ ମନ୍ତ୍ରୀ ପଦ ମିଳିଛି । ସେପଟେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଗୃହମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: