ମହାଶକ୍ତି ଫାଉଣ୍ଡେସନ ତରଫରୁ ଡଙ୍ଗରିଆଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ମୁନିଗୁଡା,୧୪/୬(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡ ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତ ର ନିୟମଗିରି ଅଞ୍ଚଳର ଦୁର୍ଗମ ତଥା ଡଙ୍ଗରିଆ ଆଦିମ ଜନଜାତି ଗ୍ରାମ ଡେଙ୍ଗୁଣୀ ଠାରେ ଆଜି ମହାଶକ୍ତି ଫାଉଣ୍ଡେସନ ତରଫରୁ ପ୍ରତ୍ୟେକ ପରିବାର କୁ ଅତ୍ୟାବଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ବେଛାସେବୀ ଅନୁଷ୍ଠାନ ୟୁନିଭର୍ସାଲ ଶ୍ରଦ୍ଧା ଫାଉଣ୍ଡେସନର ସହାୟତା କ୍ରମେ ମହାଶକ୍ତି ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରରେ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ମୁନିଖୋଲ ପଞ୍ଚାୟତ ସରପଞ୍ଚ ବିନତି କାଡ୍ରାକା, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ,ମନୋରଞ୍ଜନ ଦଳାଇ ପ୍ରମୁଖ ଯୋଗଦେଇ କୋଭିଡ୍ ୧୯ ଦ୍ଵାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା ଘାଟି ଅଞ୍ଚଳର ଡେଙ୍ଗୁଣୀ ଗ୍ରାମ ଅଞ୍ଚଳର ଡଙ୍ଗରିଆ ଆଦିମ ଜନଜାତିର ୭୪ ଆଦିମ ଜନଜାତି ପରିବାରକୁ ଚୁଡ଼ା, ଚିନି, ସୁଜି, ଡାଲି, ସୋୟା ବଡି, ତେଲ , ବିସ୍କୁଟ, ଆଳୁ, ପିଆଜ, ଲୁଣ , ସାବୁନ,ସାନି ଟାଇଜର,ମାସ୍କ୍ ଇତ୍ୟାଦି ଥିବା ପ୍ୟାକେଟ ପ୍ରଦାନ କରିଥିଲେ ପରେ କରୋନା ଉପରେ ସଚେତନତା କରିଥିଲେ l ଉକ୍ତ ବଣ୍ଟନ କାର୍ଯ୍ୟକ୍ରମକୁ ମୁନିଖୋଲ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ କୁମାର ସାହୁ, ଅଙ୍ଗନବାଡ଼ି କର୍ମୀ ଯମୁନା ପ୍ରଧାନି, ଆଶା କର୍ମୀ ରୁଦ୍ମା ପଲ କିୟା , ମହାଶକ୍ତି ଫାଉଣ୍ଡେସନ ର ପ୍ରତିନିଧି ଟୁନା ମୁଦୁଲି, ଭଗବାନ ରଣା, ମନୋଜ ମିଶାଲ, ପିଟର ଚାନ୍ଦ ପାଣିଗ୍ରାହୀ , ବିମଳ ବିଶ୍ବାଳ, ପ୍ରଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l

WhatsApp Image 2021 06 14 at 4.50.10 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: