ମହିମା ସେବା ଫାଉଣ୍ଡେସନର ଦ୍ବିତୀୟ ସନକ୍ଷତ୍ର ପାଳିତ ,ସାରସତ ପ୍ରତିଭାଙ୍କୁ ମହିମା ସେବା ସମ୍ମାନ ୨୦୨୧

 

ଭୁବନେଶ୍ୱର-୧୯/୯(ମନୋଜ କୁମାର ପାତ୍ର): ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନର ୨ୟ ସନକ୍ଷତ୍ର ସ୍ଥାନୀୟ ଜନକଲ୍ୟାଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ବଳନ ସହ ବିଶିଷ୍ଟ ସାହିତ୍ୟିକା, ଲେଖିକା, ସଂପାଦିକା ମନୋରମା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଘରୂପ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବ୍ରକବନ୍ଧୁ ପରିଡ଼ା, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ, ଭାଷାପ୍ରାଣ, ସାମାଜିକ କର୍ମୀ ଡ. ଅସିତ ଦାସ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଯୋଗଦେଇ ମା’ ମାଟି ଓ ମାତୃଭାଷା ପ୍ରତି ସମସ୍ତେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ମାନବ ସେବା ହିଁ ମାଧବ ସେବା । ସମସ୍ତ ନିଜ ନିଜ ସ୍ତରରେ ଅସହାୟମାନଙ୍କୁ ସାହାଯ୍ୟ ଓ ସହଯୋଗ କରିପାରିଲେ ପ୍ରକୃତ ରାଷ୍ଟ୍ର ନିର୍ମାଣ ସହ ବ୍ୟକ୍ତିତ୍ବ ନିର୍ମାଣ ସମ୍ଭବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଜି ଆମ ରାଜ୍ୟ ଓ ଦେଶର ସୀମା ସଂକଟରେ । ତେଣୁ ସମସ୍ତେ ଏ ବିଷୟ ପ୍ରତି ଗଭୀର ଭାବେ ଚିନ୍ତନ କରି ସେହି ଦିଗରେ କାର୍ଯ୍ୟକରିବାକୁ ଅତିଥିମାନେ କହିଥିଲେ । ଫାଉଣ୍ଡେସନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ବିଶିଷ୍ଟ ପରିବେଶବିତ ତଥା ସମାଜସେବୀ ପ୍ରଦୀପ କୁମାର ବାରିକ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମୁଖ ବ୍ୟକ୍ତିତ୍ବ ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କ ମଧ୍ୟରେ କରୋନା ଶ୍ରେଷ୍ଠ ଆଲେଖ୍ୟ ସମ୍ମାନ ସାମ୍ବାଦିକ ସୌଭାଗ୍ୟରଂଜନ ମହାନ୍ତି, ଉପନ୍ୟାସ ପେଟ ପାଇଁ ଜୟଶ୍ରୀ ଦାସ, ଅଟଳ ବିହାରୀ ସ୍ମୃତି ସମ୍ମାନ କବି ସଂଜୟ କୁମାର ଚୌଧୁରୀ, ସ୍ୱାସ୍ଥ୍ୟ ସେବା ପାଇଁ କରୋନା ଯୋଦ୍ଧା ସମ୍ମାନ ସୁରେନ୍ଦ୍ର କୁମାର ସାହୁ, ପୂଜ୍ୟପୂଜା ଓ ସାମ୍ବାଦିକତା ପାଇଁ ମନୋରଂଜନ ମହାନ୍ତି, ସାହିତ୍ୟିକା ସୁଧା ପଟ୍ଟନାୟକ, ମନିଷା ରାୟ, ଯୁବ ସମାଜସେବୀ ମୁକେଶ ଖଟୁଆ, ବରିଷ୍ଠ ସ୍ତମ୍ଭକାର, କବି ବେଣୁଧର ସୂତାରଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଶଶିକଳା, ହୃଦୟାନନ୍ଦ ଜେନା, ରାଜା, ଲିଙ୍ଗରାଜ ପ୍ରମୁଖ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: