ମହିଳାଙ୍କୁ ଠକେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି

କେନ୍ଦ୍ରାପଡ଼ା,୩ା୯: କେନ୍ଦ୍ରାପଡା ଅଞ୍ଚଳରେ ମହିଳାଙ୍କୁ ଋଣ ଦେବା ଓ ଚାକିରୀ କରାଇ ଦେବା ନାମରେ ଠକେଇ ହୋଇଥିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି । ଶୁକ୍ରବାର ଦୁହୁରିଆସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବୈଦ୍ୟନାଥ ଚାଟାର୍ଜୀ, ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚାର ଉପସଭାପତି ମହମ୍ମଦ ସଲିମ ଖାନ, ନଗର ବିଜେପି ସଭାପତି ଦିଲ୍ଲୀପ ଦାସ ଓ ଉପିନ ରାଉତ ପ୍ରମୁଖ ଘଟଣାର ଉଚ୍ଚସ୍ଥରୀୟ ତଦନ୍ତ ଦାବି କରିଛନ୍ତି । ମହିଳାମାନଙ୍କୁ ଠକୁଥିବା ଏହି ର‌୍ୟାକେଟରେ ଗୋଲଖ ପଢିଆରୀ, ତାଙ୍କ ପୁତ୍ର ଓ ଅନ୍ୟ କେତେକ ବ୍ୟକ୍ତି ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବିଧାୟକଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ଅଭିଯୁକ୍ତ ଶ୍ରୀ ପଢିଆରୀ ଉଚ୍ଚ ନ୍ୟାୟାଳୟରୁ ଅନ୍ତରୀଣ ଜାମିନରେ ଆସିଥିବା ବେଳେ ଉଚ୍ଚ ନ୍ୟାୟାଳୟ ଟାଉନଥାନାକୁ ମାମଲାର ରେକର୍ଡ ତଲବ କରିଛନ୍ତି । କେନ୍ଦ୍ରାପଡା ପୌରସଂସ୍ଥାରୁ ଶ୍ରୀ ପଢିଆରୀ ଅବସର ଗ୍ରହଣ କରିବା ପରେ ତାଙ୍କୁ ପୁନର୍ବାର ପୌରସଂସ୍ଥାର ଗୋଷ୍ଠି ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗଠନ କରିବା ସହ ତାହାର ବିକାଶ ପାଇଁ କାର୍ଯ୍ୟ କରୁଥିଲେ ବୋଲି ବିଜେପି କହିଛି । ସେହି ପଦବୀରୁ ଶ୍ରୀ ପଢିଆରୀ ଅବ୍ୟାହତି ନେବା ପରେ ମହିଳା ସ୍ୱୟଂସହାୟିକା ଗୋଷ୍ଠିର ମହିଳାମାନଙ୍କ ସହିତ ସମ୍ପର୍କ ଥିବାରୁ ବିଭିନ୍ନ ସମୟରେ ଠକେଇ କରି ଆସିଥିବା ବିଜେପି ଅଭିଯୋଗ କରିଛି । ତେଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦୁର୍ନୀତି ମୁକ୍ତ ଓ ନିର୍ମଳ ଶାସନର ଡିଣ୍ଡିମ ପିଟୁଥିବା ନବୀନ ସରକାର ମହିଳାଙ୍କୁ ଠକୁଥିବା ଏହି ଅଭିଯୁକ୍ତଙ୍କ ବିରୋଧରେ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: