ମହିଳାଙ୍କ ଉପରେ ଆକ୍ରମଣ, ଜୀବନ ରକ୍ଷା ପାଇଁ ଥାନାରେ ଦେଲେ ଏତଲା

ନବରଙ୍ଗପୁର,୧୧/୬:ଡାବୁଗାଁ ଥାନା ଅଧୀନରେ ଥିବା ଘୁଷୁରାବେଡା ଗ୍ରାମ ର ସ୍ଥାୟୀ ବାସିନ୍ଦା ରୂପାଇ ନାୟକ ଡାବୁଗାଁ ଥାନା ରେ ଏକ ଏତଲା ପ୍ରଦାନ କରିଛନ୍ତି। ତାଙ୍କ କହିବା ପ୍ରକାରେ ଖୋଲିଗୁଡା ଗ୍ରାମ ର ତିଳତମା ନାୟକ, ପଡ଼ି ଗୌଡ଼ ଏବଂ ବନମାଳୀ ଗୌଡ଼ ଘରେ ଥିବା ସମୟରେ ଆକ୍ରମଣ କରିଛନ୍ତି। ଘରର ଆସବାସ ପତ୍ର ଓ ଛଣ ଇତ୍ୟାଦି କୁ ଫିଙ୍ଗି ଦେଇଛନ୍ତି। ଘରେ ପୁରୁଷ ମାନେ ଅନୁପସ୍ଥିତ ଥିବା ସମୟରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ, ଜୀବନ ବିକଳରେ ପିଡୀତା ଆସି ଡାଵୁଗାଁ ଥାନା ରେ ଏତଲା ପ୍ରଦାନ କରିଛନ୍ତି। ଘୋଟଣା ର ସତ୍ୟାସତ୍ୟ ଅନୁସନ୍ଧାନ ଓ ତଦନ୍ତ ପରେ ଜଣାପଡ଼ିବ। ମହିଳା ଜଣକ କହିବା ପ୍ରକାରେ ସେମାନେ ବାରମ୍ବାର ଘରଛାଡି ଅନ୍ୟତ୍ର ପଳାଇ ଯିବାକୁ ଧମକ ଦେଉଛନ୍ତି।

WhatsApp Image 2021 06 10 at 11.28.00 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!