ମହିଳା ତୀର୍ଥଯାତ୍ରୀଙ୍କ ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୪/୧୧ :- ବିଜାପୁର ଚାଟିଗୁଡା ର ତୁଳସୀ ମାଝୀଙ୍କ ଆଟୋରିକ୍ସାରେ କେତେଜଣ ମହିଳା ଭଗବାନଙ୍କ ଦର୍ଶନ ପାଇଁ ପ୍ରଥମେ କେଲିଆ ଏବଂ ପରେ ଚନ୍ଦନଧାରା ଗଲେ।ଫେରିବା ସମୟରେ ଅପରାନ୍ନରେ ପ୍ରାୟ ୨ ଘଣ୍ଟ ବେଳେ ମୁଣ୍ଡାପଦର ଗ୍ରାମ ପରିହେବା ପରେ ନିଛାଟିଆ ଜଙ୍ଗଲପୂର୍ଣ୍ଣ ଘାଟି ରାସ୍ତାରେ ୩ଜଣ ଯୁବକ ଏକ ନମ୍ବର ବିହୀନ ମୋଟର ସାଇକେଲରେ ଆସି ଆଟୋରିକ୍ସାକୁ ଅଟକାଇ ପଇସା ମାଗିଲେ। ମହିଳାମାନଙ୍କ ଏବଂ ଆଟ ଚାଳକ ସହ ଟଣା ଆଟରା ହେବା ସମୟରେ ପଛପଟୁ ଆଉ ଦୁଇଟି ଆଟୋ ରିକ୍ସା ଆସି ଯିବାରୁ ଦୁର୍ବୁତ୍ତ ମାନେ ନମ୍ବର ବିହୀନ ବାଇକ ଛାଡି ଜଙ୍ଗଲ ଭିତରକୁ ଧାଇଁ ପାଲିଥିଲେ ।ଆଟୋ ଚାଳକ ସେହି ଗାଡିକୁ ଆଣି ବାଣୁଆଗୁଡା ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କୁ ଜିମା ଦେଇଥଲା ।ନମ୍ବର ବିହୀନ ଗାଡିଟି ମୁଣ୍ଡାପଦର ପଞ୍ଚାୟତର କନକୀ ଗ୍ରାମର ବୋଲି ଜଣା ପଡ଼ିଛି । କେଲିଆ ଠାରୁ ଚନ୍ଦନଧାରା ଜଙ୍ଗଲ ରାସ୍ତାରେ ଦୂର ଦୁରନ୍ତା ପର୍ଯ୍ୟନ୍ତ ଜନବସତି ନାହିଁ ।କିନ୍ତୁ ରାସ୍ତା ଘାଟର ଉନ୍ନତି ହେବା ଫଳରେ ଯାତ୍ରୀଙ୍କ ସମାଗମ ମଧ୍ୟ ବଡ଼ିବାକୁ ଲାଗିଛି ଦିନକୁ ଦିନ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ପୁରା ଢିଲା ସ୍ଥନିୟ ପ୍ରଶାସନ।ଏହି ଅଞ୍ଚଲରେ ଚୋରି ହାର ବଢ଼ିଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ୍ୟ।ଫଳରେ ଦୁର୍ବୁତ୍ତ ମାନଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି ।ନିଛାଟିଆ ମନ୍ଦିର ଗୁଡିକ ଉପରେ ବାରମ୍ବାର ଆକ୍ରମଣ ହେଉଛି।ଗତ ତା 10.11.22ରାତ୍ର ଦୁର୍ବୁତ୍ତମାନେ କେଲିଆ ମନ୍ଦିର ଯାତ୍ରୀ ବିଶ୍ରାମଗାର ତାଲା ଭାଙ୍ଗି ବୋଲପ କଡୀ ନେଲେ,ପୁନଶ୍ଚ ମନ୍ଦିର ପାଖ ରାସ୍ତାରେ ଜଲୁଥିବା ଟାୱାର ଲାଇଟ ସମେତ ଆଠଟି ଲାଇଟ ଚୋରି ନେଲେ ।ଏହା ପୂର୍ବରୁ 2020 ମସିହାରେ ଦୁର୍ବୁତ୍ତମାନେ ପାର୍ବତୀ ମାତା ଗୁମ୍ଫା ମନ୍ଦିରର ମାଁ ଚଣ୍ଡୀ ମୂର୍ତ୍ତି ଭାଙ୍ଗିଥିଲେ ।ତାପରେ 2021ରେ ଗ୍ରୀଲକାଟି,ତାଲାଭାଙ୍ଗି କେଲିଆ ଶିବମନ୍ଦିର ସ୍ଥିତ ମାତାଚଣ୍ଡୀଙ୍କ ମନ୍ଦିର ଭିତରେ ପ୍ରବେଶ କରି ଆଲମାରୀ ତଥା ଅନ୍ୟାନ୍ୟ ଜିନିଷ ଭଙ୍ଗାଭଙ୍ଗୀ କରିଥିଲେ ।2022ମସିହା ଶିବରାତ୍ରି ପୂର୍ବରୁ କେଲିଆ ମନ୍ଦିର ପାଖରେ ଥିବା ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର ଚୋରି ନେଲେ ।ଏଭଳି 2020ଠାରୁ 2022 ମସିହା ଭିତରେ କେଲିଆ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହୋଇଛି ତଥାପି ଦୁର୍ବୁତ୍ତ ମାନଙ୍କୁ ଧରିବାରେ ପୋଲିସ ପ୍ରଶାସନ ଧରିବାରେ ସଫଳ ହୋଇ ନାହିଁ। ଫୋଳରେ ଦୁର୍ବୁତ୍ତ ମାନଙ୍କୁ ଚୋରି,ଡକାୟତି ଏବଂ ଭଙ୍ଗାରୁଜା କରିବା ପାଇଁ ସାହସ ମିଳୁଛି ଏବଂ ନିରାପଦରେ ସେମାନେ ସାଧାରଣ ଲାକଙ୍କୁ ହଇରାଣ କରିବା ସହ ଲୁଣ୍ଟନ କରି ଚାଲିଛନ୍ତି।କେଲିଆ ମନ୍ଦିର ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ତେଣୁ ବିକାଶ ସଙ୍ଗେସଙ୍ଗେ ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଚିନ୍ତା କରିବାର ଆବଶ୍ୟକତା ରହିଛି ।ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କଲେ ଭଲ ହୋଇଥାନ୍ତା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: