ମହୁଲ ବୋଝେଇ ଗାଡି ଜବତ, ୧ ଗିରଫ

ଡାବୁଗାଁ,୧୩/୩(ମିହିର ଶଙ୍କର ପାତ୍ର): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଏକ ମହୁଲ ବୋଝେଇ ଟ୍ରକକୁ ଜବତ କରି ୧ ଜଣକୁ ଶନିବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଶୁକ୍ରବାର ଦିନ ଏକ ଟ୍ରକ ନଂ ସିଜି ୦୪ ଜେ ୯୫୬୮ ଗାଡି ଛତିଶଗଡ ରାଜ୍ୟର ଜଗଦଲପୁର ଠାରୁ ଡାବୁଗାଁ ବ୍ଲକର ବୋରିଗାଁ ଗ୍ରାମ ଆଡକୁ ଆସୁଥିବା ବେଳେ ଘୋଡାଖୁଣ୍ଟା ଗ୍ରାମ ର କିଛି ଦୂରରେ ପୋଲିସ ଗାଡି ଯାଞ୍ଚ ସମୟରେ ଏହି ଗାଡିକୁ ଅଟକାଇ ଯାଞ୍ଚ କରିଥିଲା | ଯାଞ୍ଚ କରିବା ରେ ଜଣାପଡିଥିଲା ଯେ ଗାଡିରେ ବେଆଇନ ଭାବେ ମହୁଲ ଫୁଲ ଚାଲାଣ କରାଯାଉଥିଲା | ଉକ୍ତ ଗାଡିକୁ ଜବତ କରାଯାଇ ଡାବୁଗାଁ ଥାନାକୁ ଅଣାଯାଇଥିଲା | ଥାନାରେ ଗାଡିରେ ଥିବା ୩୦୦ ଟି ବସ୍ତା, ପ୍ରତି ବସ୍ତା ୩୯ କିଗ୍ରା ଲେଖାଏଁ ମୋଟ ୧୧॰୭୦୦ ଟନ ହେବ ବୋଲି ପୋଲିସ ସୂଚନା ଦେଇଛି | ଏଥିରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ହେଲେ କୋଡିଙ୍ଗା ଥାନା ଅଧୀନ ତାରାଗାଁ ଗ୍ରାମର ଟାଙ୍କୁ ମେହେର (୪୭) କୁ ଗିରଫ କରାଯାଇଛି | ଥାନା ସବଇନିସ୍ପେକ୍ଟର ଚନ୍ଦ୍ରଭାନୁ ମହାନ୍ତି ମାମଲାର ତଦନ୍ତ କରୁଛନ୍ତି | ଟ୍ରକ ଜବତ କରିବା ସହ ଡ୍ରାଇଭର ଟାଙ୍କୁ ମେହେର କୁ ଶନିବାର କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୪୩/୨୧ ରେ ଏକ ମାମଲା ରୁଜୁ କରାଯାଇଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: