ମାଲକାନଗିରି ,୦୬/୦୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲା ଅନ୍ତର୍ଗତ ଜିକେ ଵେଦୀ ମଣ୍ଡଲମରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ପୁଲିସ ଇନଫର୍ମର ସଂଦେହରେ ଜଣେ ନିରୀହ ଲୋକଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣା ପରେ ସେବାନେ ଫେରାର ହୋଇଯାଇଛନ୍ତି। ଗତକାଲି ରାତିରେ କୋଥାପାଲେମ ଗାଁରେ ପ୍ରାୟ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ। ଗାଁକୁ ଚାରିପଟୁ ଘେରିବା ସହ ସେମାନେ କୋରା ନାମକ ଜଣେ ବ୍ୟକ୍ତିକୁ ଖୋଜିଥିଲେ। ଗ୍ରାମର କିଛି ଲୋକଙ୍କୁ ରାତିରେ ନିଦରୁ ଉଠାଇ କୋରା ଘର ଦେଖାଇବା ପାଇଁ କହିଥିଲେ। ଗ୍ରାମବାସୀଙ୍କ ସାମ୍ନାରେ କୋରାକୁ ଘରୁ ଟାଣି ଆଣି ପ୍ରଥମେ ପରିବାର ଲୋକଙ୍କ ଆଗରେ ହିଁ ନିର୍ଦ୍ଧୁମ ପିଟିଥିଲେ। ପୁଲିସ ଇନଫର୍ମର ଦର୍ଶାଇ ତାକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ଦେହସାରା କ୍ଷତ କରିଥିଲେ। ପରେ ଗୁଳି କରି କୋରାକୁ ହତ୍ୟା କରିଥିଲେ। ହତ୍ୟା ପରେ ଶବକୁ ଗ୍ରାମର ଶେଷ ମୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଖବର ପାଇ ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୀମାନ୍ତ ଆନ୍ଧ୍ରରେ ପୁଣି ନକ୍ସଲ ନିଜର ପତିଆରା ଜାହିର କରିଛନ୍ତି। ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |