କନ୍ଧମାଳ, ୦୯।୦୨: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ମାଓ ହିଂସା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି କନ୍ଧମାଳରେ ଘଟିଛି ବଡ଼ ଧରଣର ମାଓ ହିଂସା ।ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ କିଆମୁଣ୍ଡା ଗ୍ରାମ ନିକଟରେ ଏହି ବିସ୍ପୋରଣ ଘଟିଛି | କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ, କିଆମୁଣ୍ଡା ଗ୍ରାମ ନିକଟରେ ଏକ ରାସ୍ତା କାମକୁ ବିରୋଧ କରି ଗ୍ରାମର ଚାରିଆଡେ ମାଓ ପୋଷ୍ଟର ଲଗାଇଥିଲେ । ଏଠାରେ ରାସ୍ତା କାମରେ ନିୟୋଜିତ କର୍ମୀ ଓ ପୋଲିସ୍ କର୍ମଚାରୀଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ୍ ମଧ୍ୟ ଖଞ୍ଜା ଯାଇଥିଲା ମାତ୍ର ଆଜି ସେହି ପୋଷ୍ଟର ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ଫଳରେ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଛି ଯାହାକୁ ନେଇ ଏବେ ପୁରା ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |