ମାଓ ହିଂସା, ୩ଟି ଟ୍ରକ୍ ଜାଳିଦେଲେ ଲାଲବାହିନୀ

ମାଲକାନଗିରି, ୨୯।୧:ମାଓ ହିଂସା, ୩ଟି ଟ୍ରକ୍ ଜାଳିଦେଲେ ଲାଲବାହିନୀ |ମାଲକାନଗିରି-ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା । ତିନୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟ୍ରକ୍ ଗୁଡିକ ଜଗଦଲପୁରରୁ ରାୟପୁର ଯାଉଥିବା ସମୟରେ ହିରଙ୍ଗିଝାଡ ଜଙ୍ଗଲ ରାସ୍ତାରେ ୪୦ରୁ ୫୦ ଜଣ ମାଓବାଦୀ ଗାଡ଼ିକୁ ଅଟକାଇଥିଲେ । ପରେ ଏଥିରେ ନିଆଁ ଲଗାଇଦେଇଥିଲେ । ଫଳରେ ଟ୍ରକ୍ ତିନୋଟ୍ ଜଳିପୋଡି ପାଉଁଶ ହୋଇଯାଇଛି । ଟ୍ରକ୍ ଡ୍ରାଇଭର୍ ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: