ଲକ୍ଷ୍ନୌ ୨୫/୦୩ : ଉତ୍ତରପ୍ରଦେଶରେ ଯୋଗୀ ସରକାର ଆଜି ହେଉଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ ବଡଧରଣର ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ ଯୋଜନାକୁ ଆଉ ୩ ମାସ ଯାଏଁ ବୃଦ୍ଧି କରିଛନ୍ତି। ଆଉ ୩ ମାସ ମିଳିବ ମାଗଣା ରାସନ। ପ୍ରଥମରୁ ଏହା ମାର୍ଚ୍ଚ ୨୨ ଯାଏଁ ଜାରି କରାଯାଇଥିଲା।ଏହି ଯୋଜନାକୁ ଏବେ ୩ ମାସ ପାଇଁ ବଢ଼ାଇ ଦିଆଯାଇଛି। ସାମ୍ୱାଦିକ ସମ୍ମିଳନୀରେ ସୂଚନାଦେଇ ସେ କହିଛନ୍ତି । ଏହି ମାଗଣା ରାସନ ଯୋଜନାରେ ପାଖାପାଖି ୩ ହଜାର ୨୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଦେଶର ୮୦ କୋଟି ଓ ପ୍ରଦେଶର ୧୫ କୋଟି ଗରିବ ଏହି ଯୋଜନାରେ ଉପକୃତ ହେବେ। ପ୍ରଥମ କ୍ୟାବିନେଟ୍ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ଗରିବଙ୍କୁ ଖାଦ୍ୟଶସ୍ୟ ସହ ଡାଲି,ଲୁଣ, ଚିନି ଓ ତେଲ ମଧ୍ୟ ଦିଆଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |