ନବରଙ୍ଗପୁର,୫/୯( ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତ ହିରିମିମୁଣ୍ଡା ଗ୍ରାମରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି ।: ସୁଚନା ପ୍ରକାରେ ଉକ୍ତ ଗ୍ରାମର ମାଆ ଏବଂ ନାବାଳିକା ଝିଅ ମକା ବାଡ଼ ରୁ କାର୍ଯ୍ୟ ସାରି ଫେରୁଥିବା ସମୟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଘଣ୍ଟା ସମୟରେ ପ୍ରଥମେ ତାଙ୍କ ମା କୁ ଆକ୍ରମଣ ପରେ ଝିଅ ର ହାତ ଓ ପାଟିକୁ ବାନ୍ଦୀ ବଳାତ୍କାର କରିଥିବା ଅଭିଯୋଗ କରି ପଦ୍ମନ ତେନ୍ତୁଳିଖୁଣ୍ଟି ଥାନା ର ଦ୍ୱାରସ୍ଥ ହୋଇଥିଲେ ।ଅଭିଯୋଗ ପତ୍ର ଦାଖଲ ପରେ ପୋଲିସ ଉକ୍ତ ଅଭିଯୁକ୍ତ ତୁଳାରାମ ମାଝୀ ବୟସ ୨୫ କୁ ପୂଜାରୀଗୁଡା ଗ୍ରାମ ନିକଟରୁ ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ ଗିରଫ କରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି କେସ ନ ୧୧୫/୨୧ ରେ ଧାରା ୩୭୬/୩୬୩ ଅନୁସାରେ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |