ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ଯୁବକ

ଯାଜପୁର ୨୯/୫ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦାରେ ଅଭାବନୀୟ ଘଟଣା । ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ଯୁବକ । ମୃତ ଯୁବକ ହେଉଛନ୍ତି ବ୍ରହ୍ମବରଦା ଗ୍ରାମର ଅକ୍ଷୟ ସେଠୀଙ୍କ ପୁଅ ୨୨ ବର୍ଷୀୟ ପିୟୁଷ । ସେ ବ୍ରହ୍ମବରଦାସ୍ଥିତଃ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ବୁଡିଯାଇଥିଲେ । ମାଛ ଧରୁ ଧରୁ ଅସବାଧାନତା ହେତୁ ଗଣ୍ଡରେ ବୁଡି ଯାଇଥିଲେ । ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଂଚି ପାଣିରୁ ଉଧାରକରି ଯାଜପୁର ମେଡ଼ିକାଲକୁ ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପିୟୁଷଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟ ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: