ମାଟିତଳୁ ବାହାରିଛି ୧୪ଟି ପିତ୍ତଳ ମୂର୍ତ୍ତି

କଟକ,୨୫/୦୬: ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା। ଗାଁମର ଦୀନବନ୍ଧୁ ବେହେରାଙ୍କ ଘରୁ ମାଟିତଳୁ ୧୪ଟି ପିତ୍ତଳ ମୂର୍ତ୍ତି ବାହାରିଛି। କିଛି ଦିନ ତଳେ ଦୀନବନ୍ଧୁଙ୍କ ଘରର ଏକ କେଠାରୀ ତଳେ ଠାକୁରଙ୍କ ମୂର୍ତ୍ତି ଥିବା ରାତିରେ ସ୍ବପ୍ନାଦେଶ ହୋଇଥିଲା। ଏହା ପରେ ଘରର ଚଟାଣ ଫାଟିଥିଲା। ପରେ ଠାକୁରଙ୍କ ସ୍ବପ୍ନାଦେଶ ଅନୁଯାୟୀ ମାଟି ଖୋଳି ଠାକୁରଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି। ଗୋଟିଏ ନୁହଁ କି ଦୁଇଟି, ମାଟିତଳୁ ଉଦ୍ଧାର ହେଲା ୧୪ଟି ପିତଳ ମୂର୍ତ୍ତି । କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁରେ  ଘର ମାଲିକ କହିଛନ୍ତି, ଗତକିଛି ଦିନ ତଳେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଯାହା ପରେ ଏବେ ଘର ଖୋଳାଯିବାରୁ ସେଠାରୁ ୧୪ଟି ପିତଳ ମୂର୍ତ୍ତି ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ASIର ୪ ଜଣିଆ ଟିମ୍ ଓ କନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମାଟିତଳୁ ମିଳିଥିବା ମୂର୍ତ୍ତି କେଉଁ ଯୁଗର ସେନେଇ ଏଏସ୍ଆଇ ଟିମ ତଦନ୍ତ କରିବ । ମୂର୍ତ୍ତି ମିଳିବା ପରେ ଏବେ ଏ ନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି । ଘରୁ ଏହି ୧୪ଟି ପିତଳ ମୂର୍ତ୍ତି ଉଦ୍ଧାର ହୋଇଛି । ଗାଁର ଦୀନବନ୍ଧୁ ବେହେରା ନାମକ ବ୍ୟକ୍ତିଙ୍କ ଘର ତଳୁ ଏହି ମୂର୍ତ୍ତି  ଉଦ୍ଧାର ହୋଇଥିବା ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: